STORYMIRROR

Arun Kumar Mohanty

Others

2  

Arun Kumar Mohanty

Others

ତୁମେ ମୋ ଜୀବନର ପ୍ରଥମ ନାରୀ

ତୁମେ ମୋ ଜୀବନର ପ୍ରଥମ ନାରୀ

1 min
13.5K


ତୁମେ ମୋ ଜୀବନର ପ୍ରଥମ ନାରୀ

ମୋ ପ୍ରଥମ ପ୍ରେମର ଅଭୁଲା ସ୍ମୃତି

ମୋ ପ୍ରଥମ ସ୍ପର୍ଶର ଜୀବନ୍ତ ସାଖି

କିନ୍ତୁ ଆଜି ତୁମେ...

କାହା ମନ ମନ୍ଦିରରେ ସାଜିଛ ପୁଜାରିଣୀ

କାହା ପୁଜାଘରେ କରୁଛ ସଞ୍ଜ ଆଳତୀ

କାହା ହୃଦୟ ଶେଯରେ ଶଯ୍ୟା ଶଙ୍ଗିନୀ

କାହା ମନ ପଞ୍ଜୁରିର କଥା କୁହା ଶାରୀ

ଯାହା ହେଲେ ବି ...

ତୁମେ ମୋ ଜୀବନର ପ୍ରଥମ ନାରୀ.....!!

ଦିନେ ଥିଲ ତୁମେ ମୋ ମନ ନୀଳୀମା ଆକାଶର ଜହ୍ନ ରାତି

ଆଜି ଆଉ କାହା ଘରେ ସାଜିଲ ବିଜୁଳିବତୀ...

ଦିନେ ଥିଲ ତୁମେ ମୋ ପାଖରେ ବର୍ଷା ବୈଶାଖ ବସନ୍ତର ସ୍ମୃତି

ଆଜି ଆଉ କାହା ଘରେ ନିରବ ଶୀତଳ ଶୀତ ରାତି...

କି ସୁଖ ପାଇଲ ମୋତେ ବିରହ ରେ ଜାଳି

ଯାହା ହେଲେ ବି ...

ତୁମେ ମୋ ଜୀବନର ପ୍ରଥମ ନାରୀ.....!!

ମୋ ମନ ବୃନ୍ଦାବନ ରେ ଝଡ ଉଠିଲା....

ମୋ ସ୍ୱପ୍ନର ତାଜମହଲ ଭାଙ୍ଗି ଗଲା....

ମୋ ହୃଦୟ କୋହର ରାଗିଣୀ ସାଜିଲା....

ମୋ ହାତର ବାଡ଼ି ବିରହର ବଂଶୀ ହୋଇଗଲା..

କି ଖୁସି ମିଳିଲା, ମୋତେ ଜିୟନ୍ତା ମାରି

ଯାହାହେଲେ ବି ...

ତୁମେ ମୋ ଜୀବନର ପ୍ରଥମ ନାରୀ.....!!

ତଥାବି ମୁ ତୁମର ଅମଙ୍ଗଳ ଚାହେନା

ଚାହେନା ତୁମ ପଥରେ ହେବାକୁ ପଥର

ଚାହେନା ତୁମ ସୁଖରେ ଦେବାକୁ ଜହର..

ଚାହେନା ତୁମ ପାଦରେ ହେବାକୁ କଣ୍ଟକ

ତୁମେ ମୋ ପଛ ଜୀବନର ଏକ ଅଦ୍ବିତୀୟ ଅଭୁଲା ସ୍ମୃତି

ସାଜିଲ କାହା ଅଗଣାର ତୁଳସୀ...

ଯାହା ହେଲେବି ...

ତୁମେ ମୋ ଜୀବନର ପ୍ରଥମ ନାରୀ.....!!

ସାଜିଲ ଆଉ କାହା ହୃଦୟର ରାଣୀ...

କାହା ମନ ହରିଣୀ, କାହା ସ୍ୱପ୍ନର ପରୀ

କାହା ଗଳାର ହାର, କାହା ନୟନ ଧାର

କାହା ଶେଯର ରଜନୀଗନ୍ଧା, ସୁଗନ୍ଧା ଚିନି ଚମ୍ପା

ତଥାପି

ପ୍ରଭୁଙ୍କ ନିକଟେ ମୁ କରୁଛି ଅଳି

ସୁଖରେ ଥାଓ ସଦା ସାଜି ପାଟରାଣୀ

ଯାହା ହେଲେ ବି ...

ତୁମେ ମୋ ଜୀବନର ପ୍ରଥମ ନାରୀ.....!!

@ଅରୁଣ କୁମାର ମହାନ୍ତି

ଇଶାଣପୁର, ଯାଜପୁର


Rate this content
Log in