STORYMIRROR

Narayan chandra Senapati

Others

4  

Narayan chandra Senapati

Others

ତୁମେ କୃଷ୍ଣ ହୋଇ

ତୁମେ କୃଷ୍ଣ ହୋଇ

1 min
459


ତୁମେ ଦ୍ଵାରିକାଧୀଶ ହୋଇ

ପାଗଳ ପରି ଦୌଡୁଥିଲ

ପାଛୋଟିବାକୁ ନିଃସ୍ୱ ଅନ୍ତରଙ୍ଗ ସୁଦାମା ସାଥିକୁ

ତୁମେ ମାୟାବୀ କୃଷ୍ଣ ହୋଇ

ପଛେଇବି ନ ଥିଲ

ଶୋଷିବାକୁ ପାପିଷ୍ଟ ମାମୁଁ କଂସର ପାପିଳ ଜୀବନ

ତୁମେ ବି କଳା କହ୍ନେଇ ହୋଇ

ହେଇଥିଲ ମା ଯଶୋଦାଙ୍କ ନେତ୍ରପିତୁଳା

ଆଉ ଗୋପୀଙ୍କ ହୃତ୍ ସ୍ପନ୍ଦନ

ହେଲେ କଣ କରିଥିଲା ବିଚାରୀ ଦେବକୀଟା

ଜନ୍ମଦେଇ ଝୁରି ଝୁରି ଜଳି ଜଳି ପାଲଟିଥିଲା ମୁଠାଏ ପାଉଁଶ।


ତୁମେ ଧର୍ମର ପୂଜାରୀ ହୋଇ

ଅନୁଷ୍ଠାନ କରିଥିଲ

ଧର୍ମ ମହାଭାରତ ଯୁଦ୍ଧ

ତୁମେ ନ୍ୟାୟର ବିଚାରପତି ହୋଇ

ସଜାଇଥିଲ ଗାନ୍ଧାରୀକୁ 

ଶତ ପୁତ୍ର ମୃତ୍ୟୁର ଶୋକାତୁରା ଅନାଥିନୀ 

ତୁମେ ବି ପୁଣ୍ୟର ପତାକା ଉଡାଇବା ପାଇଁ

ସମାଧି ଦେଇଥିଲ

କେତେ ଯେ ଧର୍ମଦ୍ରୋହୀ ଅନାର୍ଯ୍ୟଙ୍କୁ

ହେଲେ ଭୁଲି ନଥିଲ ରଖିବାକୁ

ସଖା ଯାଜ୍ଞସେନୀର ମାନସମ୍ମାନ

ଆଉ ଭଉଣୀ ସୁଭଦ୍ରାର ରାକ୍ଷୀର ମୂଲ୍ୟ ଦେବାକୁ

ପାର୍ଥକୁ ସାରଥୀ ରୂପେ ଦେବାକୁ ଦୁର୍ଲଭ ଗୀତାଜ୍ଞାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍