ତୁମେ କିଏ, କୋଉଠି
ତୁମେ କିଏ, କୋଉଠି
ତୁମେ କିଏ ?
କାହିଁ ମୁଁ ତ କେବେ ଦେଖି ପାରେନି
ତୁମର ସେହି ଅନନ୍ୟ ରୂପ ।
ପ୍ରକୃତିର ଶୀତଳତାରେ
ଲୋକେ କହନ୍ତି ଆସିଗଲା
ଯୋଗାଡ଼ କର ଦଳ ଓ ତାଳ ।
ମାଦଳ ବାଦକକୁ ଉଠାଇଦିଅ
ଗାହକକୁ କୁହ ଗାଧୋଇବା ପାଇଁ
ଗାନ କରିବ 'ମହା ମୁଦ୍ଗରଃ '।
ନିତ୍ୟ ଚରନ୍ତନ ସତ୍ୟ
ବାଣ୍ଟିବ ଆମ ଅତ୍ୟାବଶ୍ୟକ
ମାନସିକ ଆଧ୍ୟାତ୍ମିକ ସ୍ଵାସ୍ଥ୍ୟ ।
ସଂସାରରେ ନୁହେଁ କିଛି ବି ଆମର
ସାଥିରେ କିଛି ବି ଯାଏନି କାହାର ।
ଯାବତ୍ ଜନମଂ ତାବତ୍ ମରଣମ୍
ତାବତ୍ ଜନନୀ ଜଠରେ ଶୟନମ୍ ।
ଭଜ ଗୋବିନ୍ଦଂ ସ୍ମର ଗୋବିନ୍ଦମ୍
ଗୋବିନ୍ଦଂ ଭଜ ମୁଢ ମତି !
ଏପରି ମାସେ ପକ୍ଷଟି ପାଇଁ
ଭୁଲିଯାଇ ନିଜକୁ ଭ୍ରମଣ କରନ୍ତି
ସାହିରୁ ସାହି ମନ୍ଦିରୁ ମନ୍ଦିର ।
ତେବେ ତୁମେ ,
କଅଣ ସେହି ମନ୍ଦିର ଭିତରେ ?
ତୁମକୁ ଦେଖିବା ପାଇଁ
ମୋର ଭାରି ଇଛା ହୁଏ ।
ପ୍ରତ୍ୟୁଷରୁ ପହରା ମାରେ ଗ୍ରାମର ବାହାରେ ।
ତୁମେ କଅଣ ସେହି ପାଦପ ପତରେ ?
ବିହଙ୍ଗମଙ୍କ ତାନରେ
ସ୍ୱଚ୍ଛ ନିରିମଳ ଜଳରେ
ଅବା ସେହି କଅଁଳିଆ ଖରାରେ
ବରଷାର ଛିଟାରେ
ମହ ମହ ମାଟିର ବାସନା
ରଙ୍ଗୀନ ବସନ୍ତର ରଙ୍ଗରେ ?
ହେ ଈଶ୍ୱର !
ଦେଖା ନ ଦିଅ ପଛେ
ସଦା ତୁମେ ମୋ ପାଶେ ପାଶେ ରୁହ ।
ତୁମ ସମ୍ପଦର ଯତ୍ନ ନେବି
ବଢିବି ଗଢିବି ନୂଆ ପୃଥିବୀ
ତୁମରି ଇଛାରେ ।