Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

2  

Baman Chandra Dixit

Others

ତୁମେ ଇଚ୍ଛାମୟ

ତୁମେ ଇଚ୍ଛାମୟ

1 min
251


ତୋ ରଙ୍କା ଅଧରେ ଅନେକ ମୋହ

ତୋ ବଙ୍କା ଆଖିରେ କେତେ ସେନେହ ।

ତେରଛା ଚାହାଣି ମନ ମୋହୁଛି

ତରକା ହରିଣୀ ଅବା ଚାହୁଁଛି ।

ତୋ ଅଧରେ ଧରା ବଂଶୀ ସୁନ୍ଦର

ତା ମଧୁର ସ୍ଵନ ଜାଳେ ଜୀଗର ।

ତିମୀର ଘନ ଏ ଘାରିଛି ହରି

ତାରି କର ଭଵ ଶାଗର ପାରି ।

ତରଣୀ ତୋ ନାମ ଏକା ମାଧବ

ତୀରେ ଠାବ ଦିଅ ରାଧା-ବହ୍ଲବ ।

ତନୁଜ ଅନୁଜ ଜାୟା ଜଞ୍ଜାଳ

ତହୁଁ କର ପାରି ବାଳ ଗୋପାଳ ।

ତିଳ ତିଳ ଜଳେ ଜୀବନ ଦୀପ

ତଇଳ ଅଳପ ତମ ଅନେକ ।

ତାଳ ପତରଟେ କରିଦେ ହରି

ତୋ ପ୍ରସାଦ ନିଜେ ରଖିବି ଧରି ।

ତୋ ପରଶ ଆଶେ ବ୍ୟାକୁଳ ମନ

ତେଣୁ ଶ୍ରୀଚରଣେ ଗଲି ଶରଣ ।

ତାର ଅବା ମାର କୃପା ଶାଗର

ତୁମ ଇଚ୍ଛା ପୂର୍ଣ୍ଣ ହେଉ ଠାକୁର ।


Rate this content
Log in