STORYMIRROR

Ajay kumar Behera

Others

3  

Ajay kumar Behera

Others

"ତୁମେ ଗଲା ପରେ"

"ତୁମେ ଗଲା ପରେ"

1 min
332


ତୁମେ ଗଲା ପରେ

ପାଷାଣ ପାଲଟି ଯାଇଛି ମୁହିଁ

ଯେତେ ଚାହିଁଲେବି

ତୁମ ଛବି ମନରୁ ହଟୁ ନାହିଁ।୧।


କେଡ଼େ ମାୟାବିନୀ

ଛଳଣା କରିଲ ମୋହରି ସାଥେ

କଥା ଦେଇ ଥିଲ

ଏଜୀବନେ ଭୁଲିବ ନାହିଁ ମୋତେ।୨।


କଥା ଦେଇ ସତେ

ସହଜେ କିପରି ଭୁଲିଲ ତୁମେ

ସନ୍ଧ୍ୟା ଦୀପ ଆଜି

ସେପରି ଜଳୁଛି ତୁମରି ନାମେ।୩।


ଖାଇ ଥିଲ ରାଣ

ରହିବ ଛାଇଟେ ମୋହରି ହୋଇ

ସୁଖରେ ଦୁଃଖରେ

ହାତକୁ ମୋହର ଛାଡିବ ନାହିଁ।୪।


ସବୁ ଭୁଲି ଗଲ

ଏମିତି ସହଜେ କିପରି ତୁମେ

ମନ ବୁଝୁ ନାହିଁ

ନିତି ଝୁରି ହୁଏ ତୁମରି ନାମେ।୫।


ଜୀବନୁ ଅନ୍ଧାର

ହଟି ଥିଲା ତୁମକୁ ମୁଁ ଯେ ପାଇ

ମୋତେ ଛାଡ଼ି ଗଲ

ଦୁଃଖର ସାଗରେ ଭସେଇ ଦେଇ।୬।


ତୁମ ବିନା ସାଥି

ଜୀବନ କିପରି କାଟିବି କୁହ

ନେଇ ଗଲ ପ୍ରାଣ

ନିତି ମୋ ଆଖିରୁ ଝରଇ ଲୁହ।୭।


ଏ ଜୀବନେ ମୋର

ଢାଙ୍କିଅଛି କଳା ମେଘର ଛାଇ

ଖୁସିରେ ରୁହ ଗୋ

ମୋ ଜୀବନ ମୋଠୁ ଛଡେଇ ନେଇ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍