Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Dash

Others

4  

Alaka Dash

Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
191



ଅଭିଶପ୍ତ ଯକ୍ଷ ସାଜି ଜଗିଛି 

ପ୍ରିତୀ ସ୍ନାତା ଅନୁରାଗ ର ପରିଧି, 

ଧ୍ୟାନସ୍ଥ ଯୋଗୀ ପରି 

ଉଚ୍ଚାରଣ କରି 

ବନ୍ଧନ ର ବିଦଗ୍ଧ ଚାଳିଶା, 

ଝାଉଁଳି କବାଟେ ରୁଦ୍ଧ କରି 

ବୟସ ବସନ୍ତ, 

ଅନନ୍ତ ଆକାଶେ ଚାହିଁ ଗଣୁଛି 

ସିଂଗଧ ତାରକା ଦୀପାଳି, 

ଅନ୍ୟ କାହା ସୁ ସ୍ୱାଗତେ 

କେବେ ତୋଳି ନାହିଁ ସ୍ୱର, 

ନିରୋଳା ଜହ୍ନ ରାତି କେବେ 

ଖୋଜିନି ଅନ୍ତର, 

ତାରୁଣ୍ୟ ର ତରୁଲତା 

ମନେ ଖେଦ ଭରା ବ୍ୟଥା, 

ତଥାପି ! ତୋଳିନି ମେଘମହ୍ଲାର 

ସାଜିନି ମୟୂରୀ, 

ଲେଖିନି ସ°ଗୁପ୍ତ ଚିଟାଉ, 

ଲୋଡ଼ିନି ମେଘଦୂତ, 

ଦିନ ପରେ ବର୍ଷ ଋତୁ ବିବର୍ତ୍ତନ, 

ପଲ୍ଲବିତ, କୁସୁମିତ, ପ୍ରିତୀସିକ୍ତ କରନ୍ତି 

ନିଷ୍ପ୍ରଭ, ନିର୍ଲିପ୍ତ, ନିଥର 

ପାଷାଣ ହିଆରେ, 

ଥୁଣ୍ଟା, କଣ୍ଟକିତ, ଲତାଟିଏ, 

ନିରସ, ଶୁଷ୍କ, ବାସହୀନ ଭୂମି ଟିଏ, 

ନିଶକରୁଣ, ଅଭିଶପ୍ତ ଅହଲ୍ୟା ର ଇଲାକା 

ଅନ୍ତର୍ଦ୍ୱନ୍ଦ,, ଅନ୍ତର୍ଯୁଦ୍ଧ ବିଲୁପ୍ତ ଅବଚେତନା, 

ଅହରହ ଜଳୁଛି ଧୁ ଧୁ 

କାଳ ବୈଶାଖୀ, 

ଜୀବନ୍ତ ଚିତାରେ ll

 



Rate this content
Log in