STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
337


ତୁମେ ଗଲାପରେ... ମୋ ପାଇଁ ପ୍ରେମ
ପରିଣତ ବୟସ ର ମିଛେଇ ଗପ..
ଯା' ର ପ୍ରତ୍ୟେକ ଟି ସ୍ପର୍ଶ ନିଶାଖୋର ଆଉ ପ୍ରତ୍ୟେକ ଟି ଶବ୍ଦ ଯାଦୁଗର..
ଏଇ ଅଛି ଏଇ ନାହିଁ..
ଏଇ ଆଲୁଅ ପୁଣି ଏଇ ଛାଇ..
ଯିଏ ସପନେ ବୁଲାଏ -ନାନା ରଙ୍ଗ ରେ ରଙ୍ଗାଏ-
ନିଶାରେ ବୁଡାଏ ପୁଣି
ନିଜେ ଗୁଣିଆ ସାଜି ମନ ରୁ ଡାହାଣୀ ଛଡାଏ..
ତୁମେ ଗଲା ପରେ...
ମନେପଡେ ଝାପ୍ସା ଝାପ୍ସା ତୁମ ମହୁଲି କଥା..
ଟୁକ୍ ଟୁକ୍ ମୁଣ୍ଡ ଟେକନ୍ତି ସବୁ ମଉଳା ବ୍ୟଥା..
ପ୍ରିୟା...
ମନ ସାଥେ ଖେଳିଦେଲ ହୃଦୟ ବି ଭାଙ୍ଗି ଦେଲ କହିଲିନି ପଦେ..
ହେଲେ କହୁଛି ମୁଁ ଆଜି..
ସବୁଖେଳ ଖେଳିଥାଇପାର ଥରେ ଖେଳିବକି ଶବ୍ଦ ର ଖେଳ - ପୁଣି ଶବ୍ଦ ଗହିରୀ ରେ...
ବସି ନିଃଶବ୍ଦ ନିର୍ଜନ ସମାଧି ଉପରେ..
ଗଢିବା -ଭାଙ୍ଗିବା- ହସିବା -କାନ୍ଦିବା -ଜିତିବା- ହାରିବା
ତୁମ ବାଆଁ ହାତ ଖେଳ ହେଇପାରେ...
ଯେବେ ଶବ୍ଦ ମାନେ ଆସକ୍ତ କରିବେ ତାଙ୍କ ହୃଦ ଭଉଁରୀ ରେ...
ଜାବୁଡି ଧରିବେ ନିବିଡ ବନ୍ଧନେ ରୂପ ଲାବଣ୍ୟ ମୋହରେ..
ଦେଖିବି ସେବେଳେ...
ତୁମେ କିପରି ଭାଙ୍ଗିବ ଶବ୍ଦ ର ପହିଲି ରାଣ..??
କେମିତି ଇନ୍ଦ୍ରପ୍ରସ୍ତ କୁ କରିଯିବ ଭେଦ
ତୁମେ ଛଳନା ତୁଣୀର ଟାଣି ଛାଡି ବଜ୍ର ବାଣ..??
ଯେବେ ଶବ୍ଦ ମାନେ ଓହ୍ଲେଇବେ ରାଜରାସ୍ତା ପରେ
ଧାରଣା ରେ ବସି ରହି ଟାଣିଦେବେ ଲକ୍ଷ୍ମଣ ଙ୍କ ଅଭେଦ୍ୟ ତିନୋଟି ଗାର
ଦେଖିବି
କିପରି ଇସ୍ତଫା ନ ଦେବ ତୁମେ ଖେଳାଳୀ ପଦ ର..??
ପ୍ରିୟା...ଆଜି କହୁଛି କଥାଟେ
- " ମନ ସାଥେ ଖେଳିବା ଟା ଅଟଇ ସହଜ କିନ୍ତୁ ଶବ୍ଦ ସାଥେ ଖେଳିଦେଖ ମିଳିଯିବ ସବୁ ସୁଖ ଜୀବନ ଜିଇଁବାର ଅମୃତ ପଥ"....


Rate this content
Log in