STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
222



ତୁମେ ଗଲା ପରେ ପରେ

ଖାସ୍ କିଛି ବଦଳିନି ସମ୍ପର୍କର ରଙ୍ଗ..

ବାସ୍ .. ଆଖିର ସ୍ୱପ୍ନ ସବୁ ପତ୍ରଝଡା ଦେଲେଣି...

କଲମ ଅଗ୍ନି ବର୍ଷା ବଦଳରେ ପ୍ରିତି ସ୍ପର୍ଶ କଲାଣି...

ପ୍ରେମ ଏବେ ଲୁଚକାଳି ଖେଳ ଛାଡି

ବସି ରହିବାରେ ମାହିର ହେଇଗଲାଣି ...

ସମ୍ପର୍କରେ ଆଉ କେଇଟା ଅକ୍ଷର ଅଧିକ ଯୋଡି ହେଇ

ପରିଣତ ବୟସ ରେ ଉତ୍ତୀର୍ଣ୍ଣ ହେଲାଣି...


ତୁମେ ଗଲା ପରେ ପରେ..

ଏବେଖାଲି ଆଖି ଖୋଜୁଛି ସେ ମମତା ର ବାରିଧାରା

ହେଲେ..

ସେ ବି କେବେଠୁ ରୁଧିରାକ୍ତ ହେଇ ଏବେ ଚହଲା ପାଣି..

ଆଜି ସେ ଗତି ରେ ମନ୍ଥର - ଆଉ ବୋହିବାର ଜୁ-ନାହିଁ ...

ଆଖୁକିଆରୀର ସାଇତା ମାନଭଞ୍ଜନ ଗୁଡ

କେଉଁ ଶତାବ୍ଦୀ ରୁ ଜନ୍ଦା ଖାଇଗଲେଣି..

ହଳଦୀ ରଙ୍ଗ ବଦଳରେ ପ୍ରଦୂଷଣ ରେ ଭରପୁର

ଆମ ଗାଁ ନଇ ର କାହାଣୀ...

ବଉଳ ଫୁଲ ର ବାସ୍ନା ଟା

ଅତ୍ୟାଧୁନିକ ଅତର ଆତର୍କିତ ମାଡ ରେ

କାର୍ ଚକା ତଳେ ପଡି ଛଟପଟ ହେଇ ମରିଗଲାଣି..

ସଂଜ ବେଳେ ବସୁଥିବା ଆମ କିଆଗହିରୀ ର ମାନଚିତ୍ର

ଇଣ୍ଟରନେଟ ସ୍ଥାନ ସୂଚକ ରେ ନାଁ ବଦଳିଗଲାଣି...

ସେଠି ଏବେ ବିଳାସପୂର୍ଣ୍ଣ ଅଟାଳିକା ତାସଙ୍ଗେ

କ୍ଲବ ଘରୁ ଛୁଟି ଆସୁଛି କର୍ଣ୍ଣଭେଦୀ ପ୍ରତିଧ୍ୱନୀ...

ସବୁକିଛି ବଦଳିବା ପରେ ବି ମୁଁ କାଇଁ ବଦଳି ପାରେନି...??

ଆଉ ହସିହସି କହୁଥାଏ

ତୁମେ ଗଲା ପରେ ପରେ ଖାସ୍ କିଛି ବଦଳିନି ...


Rate this content
Log in