STORYMIRROR

Pratima Das

Others

2  

Pratima Das

Others

ତୁମେ ଏପରି

ତୁମେ ଏପରି

1 min
392




ସ୍ତୁତିକରି ପୁଷ୍ପଟିଏ ମାଗିଥିଲି ଅଗ୍ରସଂଧ୍ୟା କାଳେ

ସର୍ଜନାକାର ହେ, ପୁରା ଉପବନ ଦେଇଦେଲ

କଣ୍ଟାଝଟା ଗୋଡିପଥର ସମ୍ଭାଳି ତୁମ ଉପବନେ

ତୁମ ଇଂଗିତରେ ଫୁଲଫଳ ଭିଆଇ ଚାଲିଲି

ଥକାମନର ଥକାମେଣ୍ଟୁ ଭାବି ବସିପଡି ଦୃଶ୍ୟଟିଏ ଅଳିକଲି

ମଧ୍ୟାହ୍ନରେ ପୂର୍ଣ ଚଳଚିତ୍ରଟି ଛାଡିଦେଲ

ଯେନତେନ ଚଳଚିତ୍ରର ଲୋମାଂଚ, କାନ୍ଦ, ଲୁହ ସାଁଉଟିସାରି

ଗଣ୍ଠିଲି କଲି, ରାତ୍ର ପାହିଲେ ତୁମ ବେଠି ଖଟାରୁ ମୁକ୍ତ ହୋଇ

ଗଣ୍ଠିଲି ଫୋପାଡି ମନ ଇଚ୍ଛା ଯାତ୍ରା କରିବି ଭାବି

ଶେଯଧରି ସୁନ୍ଦର ସ୍ବପ୍ନଟିଏ ଦେଖାଇ

ବିଦାୟ ଦେବ ବନ୍ଧୁକହି ଅରଜି ବଢାଇଲି

ସ୍ବପ୍ନ ସହ ନପାହିବା ରାତ୍ରି ଦେଇ ଅଦୃଶ୍ୟ ହୋଇଗଲ!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍