STORYMIRROR

Prasanta kumar Hota

Others

2  

Prasanta kumar Hota

Others

ତୁମେ ଏକା ମୋର ଆଶ୍ରା

ତୁମେ ଏକା ମୋର ଆଶ୍ରା

1 min
4.9K


ଦୁଃଖ ଆସେ ନିତି ଦୁଃଖ ଯାଏ ନିତି

ସୁଖ ଦିଏନାହିଁ ଧରା

ସୁଖ ଲାଗେ ସ୍ୱପ୍ନ ମରିଚୀକା ପରି

ଉଡୁଥାଏ ମନ ପାରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା


ପୁରୁଷୋତ୍ତମ ହେ କୌଶଲେୟ ରାମ

ଜଗତ ପାଳନକରା

ତୁମ ବିନା ଆଉ କିଏ ମୋର ଅଛି

କିଏ ଆଉ ଦେବ ଧରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା।



ପଚାଶ ବରଷ ଟପିଲାଣି ଯେବେ

ଫିଟିଲାଣି ମୋର ବୋରା

ପାଦ ଗୋଡ ମୋର ହେଲାଣି ନିକରା

ଦିଏ ନାହିଁ ଦେହ ଧରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା।


ଜୀବ ପାଶେ ଯେଣୁ ଜୀବନ ଆଗ୍ରହ

ଝଲସେ ସୁଖର ଝରା

କହରେ କୃଷୁନ ଦେବକୀ ନନ୍ଦନ

ପାରିକର ତମେ ପରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା।


ପ୍ରଶାନ୍ତ କୁମାର ହୋତା


Rate this content
Log in