STORYMIRROR

Prasanta kumar Hota

Others

3  

Prasanta kumar Hota

Others

ତୁମେ ଏକା ମୋର ଆଶ୍ରା

ତୁମେ ଏକା ମୋର ଆଶ୍ରା

1 min
408


ଦୁଃଖ ଆସେ ନିତି ଦୁଃଖ ଯାଏ ନିତି

ସୁଖ ଦିଏନାହିଁ ଧରା

ସୁଖ ଲାଗେ ସ୍ୱପ୍ନ ମରିଚୀକା ପରି

ଉଡୁଥାଏ ମନ ପାରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା


ପୁରୁଷୋତ୍ତମ ହେ କୌଶଲେୟ ରାମ

ଜଗତ ପାଳନକରା

ତୁମ ବିନା ଆଉ କିଏ ମୋର ଅଛି

କିଏ ଆଉ ଦେବ ଧରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା।



ପଚାଶ ବରଷ ଟପିଲାଣି ଯେବେ

ଫିଟିଲାଣି ମୋର ବୋରା

ପାଦ ଗୋଡ ମୋର ହେଲାଣି ନିକରା

ଦିଏ ନାହିଁ ଦେହ ଧରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା।


ଜୀବ ପାଶେ ଯେଣୁ ଜୀବନ ଆଗ୍ରହ

ଝଲସେ ସୁଖର ଝରା

କହରେ କୃଷୁନ ଦେବକୀ ନନ୍ଦନ

ପାରିକର ତମେ ପରା

ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ

ତୁମେ ଏକା ମୋର ଆଶ୍ରା।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍