STORYMIRROR

bebismita kar

Others

3  

bebismita kar

Others

ତୁମେ ଦୁଇ ଟୋପା ଲୁହ

ତୁମେ ଦୁଇ ଟୋପା ଲୁହ

1 min
211

ତୁମେ ଦୁଇ ଟୋପା ଲୁହ ଏ ଆଖିର

କେତେବେଳେ ବହିଯାଅ ଦୁଃଖରେ

କେତେବେଳେ ବାହିଯାଅ ସୁଖରେ

ଆଉ କେତେବେଳେ ବହି ଯାଅ ତୁମେ

ଅଜାଣତେ ଏଇ ଆଖିରେ।


ଆଖିର ଦରଜା ଡେଇଁ ଓଠ ପାଖେ ଯାଅ ରହି

ବର୍ତମାନଟା ତାଜା ହେଇଯାଏ

ଅତୀତଟା ଯାଏ ଧୋଇ ।


ମନ କାଗଜରେ ଲେଖିଥିଲି ଯେତେ କଥା

ଆଜି ଯେତେବେଳେ ଗୁଞ୍ଜରିତ ହୁଏ

ହୃଦୟେ ମୋ ଦିଏ ବ୍ୟଥା।


ସୁଖ ସାଥେ ଦୁଃଖ ବାଣ୍ଟିବା ପାଇଁକି ଦେଇଥିଲ ପ୍ରତିଶୃତି

ହୃଦୟ ତୂଳୀରେ ଆଙ୍କି ଦେଇଥିଲି ଦେଉଚି ଆଜି ଆହୁତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍