STORYMIRROR

Satyabati Swain

Others

3  

Satyabati Swain

Others

ତୁମେ ବର୍ଷା

ତୁମେ ବର୍ଷା

1 min
422


ବର୍ଷା ମାଟିକୁ ବତୁରାଏ

ନା ମାଟି ବର୍ଷାକୁ କନ୍ଦାଏ!

ଵାଦଲ ବର୍ଷା ପ୍ରେମରେ ଓଦା

ନା ଶ୍ରାବଣୀ ପ୍ରେମରେ ବନ୍ଧା!

ମେଘ ଆକାଶର

ନା ଆଷାଢ଼ର!


ମୋୖସୁମୀ,

ଅୟୁତ ଅସହ୍ୟ ତାପର ଅପେକ୍ଷା!

ଚାତକର ପ୍ରେମ ନିବେଦନ

ମୟୂରର ପ୍ରଣୟ ମହ୍ଲାର

ସବୁଜ ରଙ୍ଗର ନୃତ୍ୟ

ନା ପ୍ରକୃତିକୁ କଥା ଦେଇ

ଫେରିବାର ବଜ୍ର ଶପଥ !


ନିଆଁ ଛିଟା

ମେଘକୁ ଆକୁଳ ପ୍ରାର୍ଥନା

ଗଜର ଗଜର ପ୍ରେମ

ଗଜୁରା ମଞ୍ଜିର ସ୍ବପ୍ନ

ଝର୍କା ଖୋଲା କଦମ୍ବ ଜୁଡା

ଚା,ପକୁଡି,ମୁଢି ନଡ଼ିଆ

ଖୋଲା ଡାଇରୀ, କଲମ

ଗଦା ଗଦା କବିତା,

ବିଦେଶୀ ମନ ମଣିଷ ପାଇଁ

ଭାବର ଜୁଆର

ନା ମତୁଆଲା ହୃଦର ଗଜଲ୍

ଖୋଜିଲା ଛାତିର ଋତୁ କି

ତୁମେ ବର୍ଷା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍