STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ତୁମେ ଭିଜୁଥିଲ

ତୁମେ ଭିଜୁଥିଲ

1 min
271


ଏବଂ ତୁମେ ଭିଜୁଥିଲ!

ଝିପି ଝିପି ବର୍ଷା 

ଫିକା ଫିକା ମେଘ ମାଳ

ପ୍ରଛଦେ ଅସ୍ପଷ୍ଟ ଅଂଶୁମାଳୀ

ଭିଜା ଭିଜା ଅସଜଡ଼ା ଚୂର୍ଣ୍ଣ କୁନ୍ତଳ ,

ଧାର ଧାର ବରଷା ର

ପ୍ରବାହମାନ ରେଖାଚିତ୍ର,

କପାଳରୁ କଣ୍ଠ ତଳ ଯାଏ।

ପ୍ରସାରିତ ବାହୁ ଉତ୍ତୋଳିତ ମୁଖ

ଭାସମାନ ଜିଗିଶା ଜୀବନ୍ତ ଅବା

ମେଘ ରାଇଜର ଦ୍ରାଘିମା ପର୍ଯ୍ୟନ୍ତ।


ଏବଂ ତୁମେ ଭିଜୁ ଥିଲ !

ଅବା ବାରି ବିନ୍ଦୁ ବିନ୍ଦୁ ସବୁ

ତୁମ ଅଛୁଆଁ ପ୍ରତ୍ୟଙ୍ଗ ମାନଙ୍କୁ

ଛୁଇଁ ଛୁଇଁ ଢଳି ପଡୁଥିଲେ

ଆନନ୍ଦ ବିଭୋର ମତୁଆଲା ।

ଅବାଧିତ ଅବଧିର ପରିଧି ଭିତରେ

ଉନ୍ମତ୍ତ ପ୍ରିତୀ ଘୁର୍ଣ୍ଣିବାତ ପ୍ରାୟ ,

ପ୍ରୋତ୍ସାହିତ ମୌନ ସମର୍ଥନେ

ପ୍ରେମି ପ୍ରମତ୍ତ ଆମୋଦ ଅଭିଲାଶି

ନିର୍ବସ୍ତ୍ର ବାସନା ବେଶୁମାର

ଚୁମି ଚୁମି ତରଙ୍ଗୀତ ଅଙ୍ଗ ପ୍ରତ୍ୟଙ୍ଗକୁ।


ଏବଂ ତୁମେ ଭିଜୁଥିଲ!

ବସନ ବ୍ୟସନ ଭ୍ରମ ମୟ

ଭିଜା ଭିଜା ଅଙ୍ଗବାସ ଅବା

ଚିତ୍ରିତ ସମ୍ଭାର ଅବୟବ ଶୋଭା

ଦେଖୁଥିଲା ସମ୍ମୋହିତ ନେତ୍ରେ

ଚହଲା ତପନ ଗୋପନେ

ବାଦଲ ଆବରଣ ଭେଦି।

ଜିଜ୍ଞ୍ୟାସୁ ପବନର ଚଗଲା

ଅବାଧ ଅନୁପ୍ରବେଶ 

ଅଙ୍ଗ କୁଞ୍ଜେ କୁଞ୍ଜେ

ଗେଞ୍ଜି ଗେଞ୍ଜି ଶୀତୁଆ ଶିହରଣ

ମାପି ତାତି ଛାତି ସନ୍ଧି ତଳେ।


ଏବଂ ତୁମେ ଭିଜୁଥିଲ!

ପିଉଥିଲ ତୁମେ ଆନମନା

ଶ୍ରାବଣୀ ରସ ପୀୟୂଷ ପିୟାଲା

ଶିହରିତ ପ୍ରତି ଲୋମକୂପେ

ଅପୂର୍ଣ୍ଣ ପିପାସା ଆଶା ବି ଅସରା

ନେସି ହୋଇ ଯାଉଥିଲା

ପ୍ରତି ପ୍ରିତୀ ରସ ପରସରେ 

ଉନ୍ମୁକ୍ତ ଓଷ୍ଠେ ଆଘାତ ଟୋପା ଟୋପା

ପ୍ରେମି ଦନ୍ତ ସ୍ଵଳ୍ପାଘାତ ଜାତ

ଅବ୍ୟକ୍ତ ଆମୋଦ ସମ।

ଏବଂ ତୁମେ ଭିଜୁଥିଲ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍