STORYMIRROR

Sasmita Mohapatra

Others

3  

Sasmita Mohapatra

Others

ତୁମେ ଭାରି ମନେପଡ଼

ତୁମେ ଭାରି ମନେପଡ଼

1 min
700


କୋହଲା ପବନ ଛୁଇଁଦେଇଗଲେ

ଶିହରଇ ତନୁ ମୋର

ବେଦନା ବିଧୂର ହୃଦୟରେ ଉଠେ

ପ୍ରେମ ପ୍ରବାହର ଧାର

ସତ ମୁଁ କହୁଛି ହୃଦ ପ୍ରିୟତମ

ତୁମେ ଭାରି ମନେପଡ଼(୧)


ଜହ୍ନ ହାଇମାରେ ବାଦଲ ଫାଙ୍କରେ

ପ୍ରକାଶିତ ନଭ କୋଳ

ପ୍ରୀତିର ମେଖଳା କଟିଦେଶୁ ଖସେ

ମିଳନେ ମନ ଅଧୀର

ସତ ମୁଁ କହୁଛି ହୃଦ ପ୍ରିୟତମ

ତୁମେ ଭାରି ମନେପଡ଼(୨)


ଶୋଷିଲା ଓଠରେ ପ୍ରକୃତିରାଣୀଟି

ପିଇଯାଏ ମେଘ ଜଳ

ଅମାନିଆ ହୋଇ ଏକାକି ମୁଁ ଭିଜେ

ସ୍ମୃତିରେ ତୁମ ବିଭୋର

ସତ ମୁଁ କହୁଛି ହୃଦ ପ୍ରିୟତମ

ତୁମେ ଭାରି ମନେପଡ଼(୩)


ବିହଙ୍ଗ କାକଳି ମଧୁପ ଗୁଞ୍ଜନେ

ପ୍ରାଣ ମୋ ହୁଏ ଅସ୍ଥିର

ନିରଜନେ ବସି ଭାବାନ୍ତରେ ଭାସେ

ଶୃତି ତୋଳେ ତୁମ ସ୍ବର

ସତ ମୁଁ କହୁଛି ହୃଦ ପ୍ରିୟତମ

ତୁମେ ଭାରି ମନେପଡ଼(୪)


ସସ୍ମିତା ମହାପାତ୍ର(ଲୀନା)

ଭୁବନେଶ୍ବର


Rate this content
Log in