ତୁମେ ଅଛ ବୋଲି
ତୁମେ ଅଛ ବୋଲି
ହେ ଜଗନ୍ନାଥ,
ତୁମ ବିନା ମୁଁ କିଏ ?
ତୁମ ବିନା ପତ୍ର ବି ହଲେନି ସୃଷ୍ଠିରେ,
ତୁମେତ ସକଳ ସୃଷ୍ଠିର ସ୍ରଷ୍ଠା,
ତୁମ ଦୟା ବିନା
ସର୍ଜନା କି ସମ୍ଭବ ସଂସାରେ ?
କଣ ବା ପାରିବି ଗଢି
ତୁମରି ବିନା ନିର୍ଦ୍ଦେଶରେ !
ଏଇ ମୋର ଶରୀର,
ଦେଖିବାକୁ ଆଖି
ଛୁଇଁବାକୁ ହାତ,
ଭାବିବାକୁ ହୃଦୟ ଦେଇଛ,
ତୁମର ଏ ଭାବ, ଭାବନା ତୁମର
ତୁମର ଏ ଶବ୍ଦ, କଲମ ବି ତୁମର
କଲମରେ କାଳି, ଏ କାଗଜରେ ତୁମେ
ମୋର ବା କଣ?
ଯାହା କିଛି ଭାବନା ଦେଇଛ,
ତାକୁ ଶବ୍ଦ ବି ଦେଉଛ
ଏଇ ହାତକୁ ଧରିଛ, କଲମରେ ବସିଛ,
କାଳି ହୋଇ କାଗଜରେ
ବୋହି ବୋହି ଯାଉଛ,
ପୁଣି ତୁମ ବିଷୟରେ
ତୁମେଇ ତ ଲେଖୁଛ ତୁମରି କବିତା,
ଏବଂ ତୁମର ସୃଜନୀର ଶ୍ରେୟଂ
ଦେଇ ମୋତେ ଧନ୍ୟ କରିଛ ।
ତୁମେ ଅଛ ବୋଲିତ ଅଛି ସବୁ କିଛି,
ମୁଁ ମାଟିଘଟ ଆଉ ତୁମେ ଦାରୁମୂର୍ତ୍ତି
ତୁମେ ପଞ୍ଚଭୁତ ଆଉ
ପଞ୍ଚଭୂତେ ମୋ ଦେହ ଗଢିଛ ।
ମୁଁ ଅତି କ୍ଷୁଦ୍ର ଆତ୍ମାଟିଏ
ଆଉ ତୁମେ ପରମାତ୍ମା,
ମୁଁ ଯେ କେତେ କ୍ଷୁଦ୍ର
ତୁମେ ଯେ ବିଶାଳ,
ମୁଁ ଛୋଟ ବନ୍ଧୁଟିଏ
ଜଗବନ୍ଧୁ ତୁମେ ମୋର ବଳ,
ମୋ ଠାରୁ ଭାଗ୍ୟବାନ ଆଉ କିଏ ଅଛି,
ତୁମ ଛଡା ଜୀବନରେ ମାଗେ ନାହିଁ କିଛି ।