STORYMIRROR

Sasmita Mohapatra

Others

3  

Sasmita Mohapatra

Others

"ତୁମେ" ଆଉ"ମୁଁ'

"ତୁମେ" ଆଉ"ମୁଁ'

1 min
1.3K


"ତୁମେ "ବିଶ୍ବ ସୌନ୍ଦର୍ଯ୍ୟ ପ୍ରକୃତି

"ମୁଁ" ସ୍ଥିର ଔଜଲ୍ୟ ବିଶ୍ରାନ୍ତି

"ତୁମେ "ସୁକାନ୍ତିର ଶୁଭ୍ର ସତ୍ତା

"ମୁଁ "ଆସକ୍ତି ଅପୂର୍ବ ବାର୍ତ୍ତା

"ତୁମେ "ପୂର୍ଣ୍ଣତାରେ ଆର୍କଷଣ

"ମୁଁ "ଆତ୍ମୀୟତାର ବନ୍ଧନ

"ତୁମେ "ଅଭୀଷ୍ଟରେ ବିଦ୍ୟମାନ

"ମୁଁ "ତୃଷ୍ଣୀରେ ସମ୍ମାର୍ଜନ

"ତୁମେ "ସୀମନ୍ତ ସିନ୍ଦୂର ବିନ୍ଦୁ

"ମୁଁ "ପ୍ରାଣ ପ୍ରବୋଧନା ବଧୂ

"ତୁମେ "ସହାସ୍ୟ ବଦନ ରମ୍ୟ

"ମୁଁ "ଆଶା ନିରାଶାରେ ସୋମ୍ୟ

"ତୁମେ "ପ୍ରବିଧି ସ୍ବୟଂ ସର୍ଜନା

"ମୁଁ "ପ୍ରାଞ୍ଜାଳ ଭଗ୍ନ କାମନା

"ତୁମେ" ପ୍ରୀତିର ଅୟମାରମ୍ଭ

"ମୁଁ "ବିଷୟାସକ୍ତରେ ଭବ୍ୟ

"ତୁମେ "ଯୁଗ୍ମ ଜୀବନର ଗାଥା

" ମୁଁ "ଅନୁପମ ଆବିଳତା

"ତୁମେ "ନୀରବ ଦୁର୍ବାର ମୋହ

"ମୁଁ "ପ୍ରାପ୍ତିର ଅନନ୍ତ କୋହ

"ତୁମେ "ଦୁଷ୍ପ୍ରାପ୍ୟ ଦୁଲ୍ଲଭ ଭାବ

"ମୁଁ"ଆଶ୍ଲେଷର ଅନୁଭବ

"ତୁମେ "ସ୍ବପ୍ନର ମଧୁରାଗିଣୀ

" ମୁଁ "କଳ୍ପନାର ତପସ୍ବିନୀ


ସସ୍ମିତା ମହାପାତ୍ର(ଲୀନା)

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍