ତୁମେ ଆଉ ମୁଁ
ତୁମେ ଆଉ ମୁଁ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
---------- -------------------- ----------
• ତୁମ ଗାଁ ଆଉ ଆମ ଗାଁ ବାଟ
• ମଝିରେ ଅଳସୀ ନଈ
• ସାଙ୍ଗ ସାଥି ସଙ୍ଗେ ପ୍ରତି ପ୍ରଭାତରେ
• ଆସ ଗାଧୋଇବା ପାଇଁ ।।
•
• ସଜଳ ସକାଳେ ଚୂର୍ଣ୍ଣ କୁନ୍ତଳେ
• ପଖାଳ ପାଣିର ଧାର
• ମୋ ଗାଁ ନଈକୂଳ ଛୁଇଁ ଦିଶେ
• ସୁନ୍ଦର ରୂପ ତୁମର ।।
•
• ତୁମ ଗାଁ କାକ କୋଇଲି ଆସନ୍ତି
• ଆମ ଗାଁ ତୋଟା ମାଳେ
• କୋଇଲି ତୁମର ନାମେ ଗୀତ ଗାଏ
• କାଉ ରାବେ ଆମ ଚାଳେ ।।
•
• ତୁମ ଗାଁ ଚାନ୍ଦ ଆକାଶେ ଉଠିଲେ
• ତା ଜୋଛନା ଝର ଝରି
• ଜୋଛନା ବିଧୈ।ତ ରାତିରେ ମୋ ଗାଁ
• ହସୁ ଥାଏ କିରି କିରି ।।
•
• ତୁମ ଗାଁ ଝରା ମଳୟ ପବନେ
• ମୋ ଗାଁ ନିମ ତରୁ
• ଚନ୍ଦନ ପାଲଟେ ଆନମନା ହୁଏ
• ତୁମ ନାମ ଧରୁ ଧରୁ ।।
•
• ତୁମ ଗାଁ ଝିଅ ଆମ ଗାଁ ବୋହୁ
• କେବେ ସୁନା ସବାରିରେ
• ମୋଘର ମଣ୍ଡିବ ମାଣ ବସେଇବ
• ବୋହୁ ହୋଇ ଆମଘରେ ।।
+++++++
