STORYMIRROR

SUKANTA KHANDA

Others

3  

SUKANTA KHANDA

Others

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
127


ତୁମେ ପାହାନ୍ତି ତାରା 

ମୁଁ କାକର ବିନ୍ଦୁ 

ତୁମେ ନୀଳଜହ୍ନ 

ମୁଁ ପାଣିର ଗାର।


ଆମେ ଦୁହେଁ କେବେ ବି

ପାଖାପାଖି ନୁହେଁ 

କି ହୋଇ ପାରିବାନି

ତଥାପି ତୁମ ପାଇଁ କାହିଁକି

ଏ ମନ ଝୁରୁଛି

ଯେମିତି ଚାତକ।


ସେ କହିଲା 

ମୁଁ ଓହ୍ଲାଇ ଆସିବି ମର୍ତ୍ତ୍ଯକୁ

ତୁମେ ସ୍ଥିର ହୋଇ ସମ୍ଭାଳି 

ରହି ପାରିବ ତ ?


ମୋ ଆଖିରେ ଲୁହ

ପାଣିରେ ଗାର କେବେ ପଡି଼ବ ନା

ପାଣି ଦୁଇ ଭାଗ ହେବ?

ସବୁ ତ ମିଥ୍ଯାର ଭେଳିକି।


ତୁମେ ସ୍ବର୍ଗରେ ଥାଅ

ମୁଁ ଖାଲି ଝୁରୁଥାଏ

ଏ ମନକୁ ଶାନ୍ତ୍ବନାଟେ ପାଇଁ।


ସେ ଓହ୍ଲାଇ ଆସୁଥିଲା

ହେଲେ ମୁଁ ଅସ୍ଥିର 

ଗୋଟେ ଭୟଙ୍କର ପିପାସା 

ଅଥଚ ନୀଚ୍ଚ କାମନାରେ।

          


Rate this content
Log in