Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Others

3  

ବୀରେନ୍ କୁମାର ବେହେରା

Others

ତୁମେ ଆସିଲ କି ବର୍ଷା

ତୁମେ ଆସିଲ କି ବର୍ଷା

1 min
7.2K


ପାରଦ ଖସୁଛି ତଳକୁ ତଳକୁ,

ପାଗ ଲାଗେ ଥଣ୍ଡା ଥଣ୍ଡା ।

ତରୁ ଲତା ସବୁ ହେଲେ ପଲ୍ଲବିତ,

ସବୁ ଜିମା ହୁଏ ଦଣ୍ଡା ।।

ଧରା ପିନ୍ଧେ ଶାଢୀ ସବୁଜ ରଙ୍ଗର,

ନଭରେ ବାଦଲ ଭାସେ ।

ଚଷାପୁଅଟିଏ ଗଗନକୁ ଚାହିଁ,

କାହିଁକି ମୁରୁକି ହସେ ?

ଜଗା ବାହାରିଲା ମାଉସୀ ଘରକୁ,

ଖାଇବାକୁ ପୋଡପିଠା ।

ସୌଦାମିନୀ ଦେଖି ତମସା ରାଣୀ ଯେ,

ହେଉଅଛି ହଟହଟା ।।

କେକୀ ନାଚିଲାଣି ପୁଚ୍ଛକୁ ମେଲେଇ,

ମଣ୍ଡୁକ ଦେଲାଣି ଡାକ ।

କାହାର ସ୍ପର୍ଶରେ ଭିଜୁଛି ଅବନୀ,

ସୁଗନ୍ଧ ବାରୁଛି ନାକ ?

ଇନ୍ଦ୍ରଧନୁ ପୁଣି ଆକାଶରେ ଆଜି,

କାହିଁକି ପାଉଛି ଶୋଭା ?

କାହା ଆଗମନେ ପ୍ରକୃତିର ରୂପ,

ଆଜି ଏତେ ମନଲୋଭା ?

ଏବେ ଏବେ ଦେଖ ଗ୍ରୀଷ୍ମ ବାହୁଡିଲା,

ସେ ପୁଣି କରୁଛି ଈର୍ଷା ।

ଟାଙ୍ଗରା ଭୂଇଁଟା ହସେ ଖିଲିଖିଲି,

ତୁମେ ଆସିଲ କି ବର୍ଷା ?

ବୀରେନ୍ କୁମାର ବେହେରା (ପୋଷାଇ , ମହାକାଳପଡା, କେନ୍ଦ୍ରାପଡା)

email-beherabirenkumar65@gmail.com

Ph-7381978439


Rate this content
Log in