ତୁମେ ଆସ
ତୁମେ ଆସ
1 min
12.1K
ବହୁଦିନ ପରେ ତୁମେ ଆସ
ତୁମ ସ୍ୱପ୍ନ ରାଇଜ ବାହାରକୁ
ଫେରି ଆସ
ସେହି ପୁରୁଣା ସ୍ଥାନକୁ
ଯେଉଁଠି ମେଞ୍ଚା ମେଞ୍ଚା ହୋଇ
ହସ ଗୁଡାକ ଭିର୍ଣ୍ଣ କଥା କୁହନ୍ତି
ସତରେ ଏ'ସବୁ ବିସ୍ମିତ କରିପକାଏ
ଆଧୁନିକତା'ର ଛାପ ବାଜିଥିବା ମାନବର
ଇଏ କେଉଁ ରୂପ ଜାଣିବା ଭାରି ମୁସ୍କିଲ୍
ଦେଖ ତୁମର ଏଇ ପ୍ରତ୍ୟାଗମନରେ
ବସନ୍ତର ଶୁଖିଲା ପତ୍ର ଗୁଡାକ
ଆଜି ତାଳୁରୁ ତଳିପା ପର୍ଯ୍ୟନ୍ତ
ସ୍ମିତ ହସ ଦେଉଛନ୍ତି
ତୁମର ଏଇ ଆଗମନରେ
ଚତୁଃର୍ଦ୍ଦିଗ ସହରୀ ସହରୀ ବାସୁଅଛି
ବୋଧେ ତୁମ ଶୁଭାଗମନରେ
ମନେ ହୁଏ କ୍ୟାଲେଣ୍ଡରର ତାରିଖ
ଆଜିର ଦିନକୁ ନେଇ ହସୁଛି
ପୁରୁଣା ଦିନର ରୂପ,ରଙ୍ଗ,ଠାଣି ଓ
କପାଳ ଲିଖନର କାନଭାସ୍'କୁ ଦେଖି .......!!
