Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

3  

Bauribandhu Lenka

Others

ତୁମ୍ଭ ଲୀଳା ତୁମ୍ଭଙ୍କୁ ହିଁ ଜଣା

ତୁମ୍ଭ ଲୀଳା ତୁମ୍ଭଙ୍କୁ ହିଁ ଜଣା

1 min
308



ନେତ୍ର ତୁମ୍ଭ ଶଶି ସୂର୍ଯ୍ୟ ସଦା ଅପଲକ

ନେତ୍ର ମୁଦିଲେ ଅନ୍ଧାର ଘୋଟିବ ମୁଲକ ।


ଶୋଇଅଛ ନେତ୍ର ମୁଦି ଅଣସର ଘରେ

ସଂସାର ଖବର କଣ ନାହିଁକି ପାଖରେ ।


ଦଇତା ସେବକ ଆଣି ଚେର ମୂଳି ପଥି

ସେବାରେ ତୁମ୍ଭର ଲାଗିଛନ୍ତି ଦିନ ରାତି ।


ନାହିଁ ଯା'ର ଜରା ବ୍ୟାଧି ତ୍ରିତାପ ଜ୍ୱଳନ

ସେ କିପରି ଭୋଗେ ଆଜି ଜ୍ୱରର ପୀଡନ ।


ଲୀଳା ତୁମ୍ଭ ଏ ସଂସାରେ ଜାଣିବା କଠିନ

ସେ ପାଇଁ ଆମ୍ଭେ ମଣିଷ ତୁମ୍ଭେ ଭଗବାନ ।

    


Rate this content
Log in