ତୁମ ରାଗ ରୁଷା ଓ ଅଭିମାନର ବରଷା
ତୁମ ରାଗ ରୁଷା ଓ ଅଭିମାନର ବରଷା
ରାଗି ଝରିଲ ଆକାଶରୁ
ବରଷା ତୁମେ ଅଭିମାନରୁ
ରାଣ ପକାଇ ମନାଏ ଯେତେ
କିଛି ନ ବୁଝ ମନୋଇ ଝିଅଟେ
ଭାସିଯିବାର କଳା ତୁମର
ଭସାଇ ନିଅ ଯେତେକ ମନର
ତୁମ ରାଗର ନାହିଁ କାରଣ
ପ୍ରେମରେ ରାଗ ଅକାରଣ
କିଛି ବୁଝୁନ ଧରା ଦେଉନ
କଥା ଶୁଣୁନ ମୋଟେ ମାନୁନ
ଧାର ଧାର ଝରି ଲୁହ ବୁହାଉଛ
କାହା ପାଇଁ ରାଗି ଅଭିଯୋଗ କରୁଛ
ପ୍ରୀତି ତୁମର ଆକାଶ ପାଇଁ ସ୍ଵତନ୍ତ୍ର ସବୁବେଳେ
କିଛି ଅଦିନ ମେଘର ଏ ସମ୍ପର୍କର ବିସ୍ତୃତ ସକାଳେ
ଭଲପାଅ ଯଦି ଏତେ ରାଗ କାହିଁକି
ସଭିଁଙ୍କୁ ଜଣାଇବା କଣ ପାଇଁ କି
ତୁମେ ବି ତ ତାକୁ ଭଲପାଅ ହୃଦୟରେ
ଆଉ କଣ ଦରକାର ତୁମ ଜୀବନରେ
ନୀରବରେ ତୁମେ ପ୍ରୀତି କରିବାର ଥିଲା
ବିଜୁଳି ଓ ଘଡଘଡିର ଝାମେଲା ଖୁବ୍ ବାଧିଲା
ରାଗ ରୁଷା ଅଭିମାନର ଅଭିନୟ ତୁମର
ସୁନ୍ଦରୀ ମାନିନୀ ତୁ ଧନୀ ମନ ପ୍ରେମର
ଆକାଶର ବୁକୁ ଚିରି ରକ୍ତ ଝରେ ବରଷେ
ଭଲପାଏ ବୋଲି ସେ ତୁମ ଲାଗି ହିଁ ହସେ
ଶବ୍ଦ ଧୀରେ ଧୀରେ ଆଖିରେ ସେ ଅନାଇ
ବିରହରେ ବି ଖୁସି ହୁଏ ତୁମ ମୁହଁକୁ ଚାହିଁ
ଅନ୍ଧାରରେ ଖୋଜିଛି ସେ ତୁମର ଶିହରଣ
ଛୁଇଁ ଛନ୍ଦେ ପରଶେ ନିମିଷକେ କି ଅକାରଣ
ତୁମେ ବୁଝିଯାଅ ଏଥରକ ପ୍ରେମର ଭାଷା
ଏ ରାଗ ରୁଷା ଅଭିମାନ ସବୁ ପ୍ରେମର ନିଶା
ଚାନ୍ଦଟା ସାକ୍ଷୀ ରହେ ନୀରବରେ ତୁମ ପ୍ରେମର
ଥରେ କରେ ଅନ୍ଧାର ଓ ଆଲୁଅ ଭରେ ତୁମ ପଥର ।
