STORYMIRROR

baishnaba meher

Others

2  

baishnaba meher

Others

ତୁମ ପରି ଜଣେ ଲୋକଟିଏ

ତୁମ ପରି ଜଣେ ଲୋକଟିଏ

1 min
3.0K

ତୁମ ପରି ଜଣେ ଲୋକଟିଏ

ଗାଁ ସାହିରେ ପ୍ରସିଦ୍ଧ ସିଏ

ଭଦ୍ର ଲୋକ ପରି ବ୍ୟବହାର

ବୁଦ୍ଧିରେ ତାର ସରି କିଏ ?


ପାହି ଯାଇଥିଲା ଦିନେ ରାତି

ମିସିଲା ଯାଇ ସାଙ୍ଗ ସାଥି

ଫେରୁଫେରୁ କାଶ ହେଲା ତାକୁ

ଦେହ ତାତିଗଲା ବହୁତ ଭାରି ।


ଡାକ୍ତର ଦେଖିଲେ ଦେହ ତାର

କାଶି କାଶି ସେ ଥର ହର

ତିଳେହେଁ ସେଥିରେ ବିଳମ୍ବ ନକରି

ପରୀକ୍ଷା କଲେ ନମୁନା ତାର ।


ଦେଖିଲେ ଡାକ୍ତର ଏକି ହେଲା

କେମିତି ରୋଗରେ ଆକ୍ରାନ୍ତ ହେଲା

ବାପାଟି କହିଲା ବାରଣ କଲା ଉତ୍ତାରୁ

ସାଙ୍ଗ ସାଥି ମେଲେ ମିଶୁଥିଲା ।


ସାଙ୍ଗଟିଏ ବିଦେଶରୁ ଥିଲା ଫେରି

ତାକୁ ହୋଇଥିଲା ରୋଗ ମହାମାରୀ 

ପାଖ ଥାନାରେ କହି ସଭିଏଁ

ସଂଗରୋଧ ତାକୁ ଦେଇଥିଲେ କରି।


ଏହା ଶୁଣି ଡାକ୍ତର ହେଲେ କାବା

ଡକାଇଲେ ଯାଇ ପାଖପଡ଼ିଶା

କହିଲେ ଏଭଳି କାମ କରୁଥିଲେ

ନିଶ୍ଚେ ଦିନେ ସବୁ ସଂକ୍ରମିତ ହେବା ।


ବାରମ୍ବାର ହାତ ସବୁନରେ ଧୋଇ

ପରଷ୍ପରଠାରୁ ଯଦି ରହିବା ଦୁରେଇ

ଘରମଧ୍ୟେ ପରିବାରସାଥେ ଥିଲେ ରହି

କାଳେ କାଳେ କୋରୋନା ନପାରିବ ଛୁଇଁ ।


କହୁଛି ଲୋକଙ୍କ କାନେ କାନେ

ଉଠିବ ଆଉ ତମେ କେତେ ଦିନେ

ଦେଶ ବିଦେଶର ଘଟଣା ସବୁ

ପଡୁନାହିଁ କି ତୁମ କର୍ଣେ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍