STORYMIRROR

Manaswinee Dash

Children Stories

3  

Manaswinee Dash

Children Stories

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ

1 min
194

 ଛୋଟ ପିଲାଟିଏ ତୁମପରି, 

ପାଠପଢିବା ପାଇଁ ଆଗ ଭରି, 

ପାଠ ପଢିବ ଖରଚ ପରିବାର ପାରିଲେନି ବହନ କରି, 

ଭାଗ୍ୟ କୁ ରହିଲାନି ସିଏ ଆଦରି। 


ଦିନ ମଜୁରିଆ କାମକରି, 

ପଇସା ରଖିଲା ସଂଚୟ କରି, 

ପାଠ ପଢିଲା ସେ ବିଶ୍ରାମ ନକରି, 

 ସଂଜ ବେଳେ ପାଠ ପଢିଲା ସିଏ ରାସ୍ତା କଡର ଲାଇଟ ତଳେ ବସି କରି। 



ଦିନେ ଜଣେ ଶିକ୍ଷକ ସହ ହେଲା ଦେଖ।, 

ପିଲାଟିର ପାଠ ଲାଳସା କଲା ହତବାକା, 

କହିଲେ ଘରକୁ ଆସି ନେଇ ଯିବୁ ବହି ହେଇଛି ରଖା, 

ତୋ ପାଠ ପଢାକୁ କରିନି ମୁଁ ଅଣ ଦେଖା। 



ଶିକ୍ଷକ ତ କରି ସହାୟତା, 

ପିଲାଟି ପାଠ ପ୍ରତି ଥିଲା ସଚ୍ଚୋଟତା, 

ଦିନେ ସେ ହେଲା ବ୍ରୁତ୍ତି ବିଜେତା, 

ପାଠପଢାରେ ପାଇଲା ଉତ୍ତୀର୍ନତା। 



ବ୍ରୁତ୍ତି ପାଇଁ ପଢି ପାରିଲା ପାଠ, 

ପାଠ ଛଡା ସେ ଯାଇନି ଅବାଟ, 

ଆଜି ସେ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ସଚ୍ଚୋଟ, 

ଶିକ୍ଷକ ନ୍କ ପାଇଁ ଆଜିବି ସେଇ ପିଲାଟି ଛୋଟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍