Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Mishr

Others

2  

Ranjita Mishr

Others

ତୁମ ପଦପାତ

ତୁମ ପଦପାତ

1 min
1.3K


ରଞ୍ଜିତା ମିଶ୍ର


ତୁମ ପଦପାତ,

ଏବେବି କମ୍ପନ ଭରେ,

ମୋ' ହୃଦୟ ଗ୍ରନ୍ଥିରେ l

ତୁମ ତନୁର ଅତନୁ ମହକ,

ଏବେବି ରୋମାଞ୍ଚ ଭରେ,

ମୋ' ଦେହ ଅଗଣାରେ !

ଆଖି ବନ୍ଦ କଲେ,

ମୋ' ଚାରିପଟର ପବନରେ l

ଯେବେ ବଢିଯାଏ ଅସ୍ଥିରତା,

କିଛି ବେପରୁୱା ସ୍ୱପ୍ନର ତାତିରେ,

ଆଚ୍ଛାଦିତ ହୁଏ ମୋ' ଅନ୍ତରଙ୍ଗ ପୃଥିବୀ...

ସ୍ମିତ ହସଟିଏ ଢେଉ ଖେଳେ,

ମୋ' ଓଠ ଉପକୂଳରେ l

ସେତେବେଳେ ମୁଁ ତୁମକୁ ପାଏ,

ମୋ' ଛାଇର ସ୍ପର୍ଶରେ..,

ମୋ' ହୃଦୟର ସ୍ପନ୍ଦନରେ !

ନୀରବତାର ପ୍ରଲୁବ୍ଧ ପ୍ରହରରେ,

ମୁଁ ଶୁଣେ ତୁମ ଅନ୍ତରଙ୍ଗ ସ୍ୱର,

ସମ୍ମୋହନର କିଛି ମିଠା ମିଠା ଶବ୍ଦ,

ଶୀହରଣ ଭରା କିଛି ସିକ୍ତ ଅନୁଭବ !

ପବନରେ ଭରିଯାଏ,

ଝରା ଫୁଲର ବାସ୍ନା,

ହାତବଢ଼େଇ ସାଉଁଟିନିଏ,

ତୁମ ଆତ୍ମୀୟତାର ମହକ l

ଆଖି ବନ୍ଦ କଲେ,

ଝଲକାଏ ଆଲୁଅ ହେଇ,

ତୁମେ ଝୁଲୁଥାଅ,

ମୋ ଆଖିପତା ତଳେ !

**************


Rate this content
Log in