Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Others

4  

Sanuja Meghamala

Others

ତୁମ ପାଇଁ

ତୁମ ପାଇଁ

1 min
336



ରାତି ପାହିଲା   ସକାଳ ହେଲା

କାଉ ରାବିଲା କା ...କା..

ବିଭୁ ସୁମରି ଉଠରେ ଧନ

  ଡାକିଲେ ଆସି ମାଆ ।

ନିତ୍ୟ କର୍ମ କୁ   ସଅଳ ସାରି

କିଛି ଆହାର କର

ପାଠ ପଢିବ ମନ ଲଗେଇ

ନ ଥିବ ଆଉ ଡର ।

ଗୁରୁ ଜନଙ୍କୁ   ପ୍ରଣାମ କର

କହି ମଧୁର କଥା

ପର ଆପଣା ଭେଦ ନ ରଖ

  ନ ଦିଅ କାରେ ବ୍ୟଥା ।

ମିଛ ନ କହି   ସତ କହିବ

ଶଙ୍କା ଦୂରେଇ ଯିବ ।

ବିଶ୍ଵାସେ ଧୋକା ଦେବନି କେବେ

ଭରସା ରଖି ଥିବ ।

ପିତା ମାତା ଙ୍କ   ସେବା କରିଲେ

ପ୍ରଭୁ କରୁଣା ମିଳେ

ସେ ପୁଣ୍ୟ ବଳେ ଜଗତ ଜିତା

  ହୋଇବ ମହୀ ତଳେ ।

ଦୁଃଖୀ ରଙ୍କୀ କୁ  ସାହାଯ୍ୟ କର

ତାଙ୍କରି ମନ ଜାଣି

ଭୋକିଲା ପେଟେ ଦାନା ରୁ ମୁଠେ

   ଯୋଗାଡି ଦେବ ଆଣି ।

ତଟକା ଫଳ   ପନି ପରିବା

ଖାଇବ ଯଦି ନିତି

ଫୁଟେଇ ପାଣି ପିଇବ ଯେବେ

  ନ ଥିବ ରୋଗ ଭୀତି ।

ତେଲ ଲଗାଇ  ସ୍ନାହନ କରି

ହୋଇବ ପରିଷ୍କାର

ସଫା ଲୁଗାକୁ ନିତି ପିନ୍ଧିବ

ଜୀବାଣୁ ହେବେ ଦୂର ।

ଗୁରୁଙ୍କ କଥା ମାନିବ ଯେବେ

ଭଲ ମଣିଷ ହେବ

ଗୁରୁ ଅଟନ୍ତି ଚଳନ୍ତି ଦିଅଁ

   ଭକତି  ରଖି ଥିବ ।

କଲେ ବ୍ୟାୟାମ  ନିତି ସକାଳୁ

କମିବ ରୋଗ ଚିନ୍ତା

ନୀରବ ମନେ ଧ୍ୟାନ କରିଲେ

   ବଢିବ ଏକା ଗ୍ରତା ।

ପଢିବ ପାଠ    ରଖିବ ଯଶ

ଦେଶ ବିଦେଶ ଯାଇ

ତୁମେ ହସିଲେ ହସିବ ଧରା

ଦୁଃଖ ରହିବ ନାହିଁ ।

 


Rate this content
Log in