ତୁମ ପାଇଁ...
ତୁମ ପାଇଁ...
1 min
349
ତୁମ ପାଇଁ ପ୍ରିୟେ ସଜାଇ ରଖିଛି
ଜୁଇ, ଜାଇ, ହେନା, ମାଳତି
ତୁମେ ନାହଁ ବୋଲି ଋଷିଛି ଫଗୁଣ
ବହେ ନାହିଁ ଚୋରା ଚଇତି
ତୁମ ଆସିବାର ପଥ ଚାହିଁ ଚାହିଁ
ମଉଳି ନ ଯାଉ ବସନ୍ତ
ତୁମ ବିନା ପ୍ରିୟେ ସବୁ ଶୂନ୍ୟ ଏଠି
ଶୂନ୍ୟ ଦିଶେ ସବୁ ଦିଗନ୍ତ...
ସୁଜାତା ମହାପାତ୍ର
