STORYMIRROR

Alaka Dash

Others

3  

Alaka Dash

Others

ତୁମ ପାଇଁ ସ୍ୱପ୍ନ ରଚେ

ତୁମ ପାଇଁ ସ୍ୱପ୍ନ ରଚେ

1 min
211


ତୁମେ ଦୁର୍ଲଭ ବୋଲି 

ବୁଝିଛି ଅନ୍ତର, 

ନିଜର କୋହକୁ ଚାପି 

ହୃଦୟରେ 

ସପନ ରଚିଛି 

ଜଣା ଅଜଣାରେ 

ଆଖି ବୁଝି ଆଖି ଚାହିଁ ମଧ୍ୟ 

ତୁମରି ସ୍ୱରୂପ ଦେଖୁଛି 

ଅନ୍ତରେ ବାହାରେ, 

ତୁମରି ବାସ୍ନା ବାରୁଛି 

ଭିଜା ମାଟିର ଗନ୍ଧରେ 

ଆମ୍ବ ବଉଳ ବାସ୍ନା 

ଭିଜା ସମୀରରେ, 

ତୁମରି ହସ ପରଖୁଛି 

ଜହ୍ନ ରାତିର ମୋହରେ, 

ଫୁଲ ପାଖୁଡା ର 

ଦୀପ୍ତ ସ୍ତବକରେ 

ତୁମରି ସୁ କୋମଳ ଗୁଞ୍ଜରଣ ଶୁଣୁଛି 

ପକ୍ଷୀ କାକଳିରେ 

କୋଇଲି କୁହୁରେ 

ତୁମରି ଶୁଭ୍ରତା, ପବିତ୍ରତା 

ଗାଉଛି ପ୍ରଭାତ, 

ତୁମରି ପ୍ରେମ ଆଲିଙ୍ଗନ 

ଜାଣି ହୁଏ ଫୁଲ ଦୋଳିରେ ଭ୍ରମର 

ତୁମକୁ ପାଇବା ସ୍ବପ୍ନଟା 

ସତେଜ ହୁଏ 

ନିତି ପ୍ରତି ସଞ୍ଜ ସକାଲରେ 

ଧୂପ, ଦୀପ ର ପବିତ୍ର 

ଆବାହନରେ 

ଏଇ ଇପ୍ସିତ ମନ ତଳେ 

ଆସ ତୁମେ ଢଳି ଢଳି 

ମୋ ଆତ୍ମାର ପରମ 

ମିତ୍ରଟିଏ ପରି, 

ସମୀରେ ସମୀରେ ଶୁଭିଯାଏ 

ସୁମଧୁର ବଂଶୀ ସ୍ବନ 

ମୋ ଆତ୍ମ ଚେତନାର 

ବିଲୁପ୍ତ କୋଠରୀ ରେ 

ତୁମେ ଆଙ୍କି ଦିଅ 

ସ୍ନେହ ପ୍ରିତୀ ର ପରଶ 

କ୍ଷଣଟିଏ ପାଇଁ ହଜାଇ ବସେ 

ନିଜତ୍ବ ମୋହର 

ସର୍ବ ହରା ହୋଇ 

ଢାଳି ଦିଏ ଅର୍ଘ୍ୟ ସବୁ 

ଯାହା କିଛି ପାଇଛି 

ତୁମ କରୁଣାରୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍