STORYMIRROR

RUNALAILA MOHANTA

Others

3  

RUNALAILA MOHANTA

Others

ତୁମ ପାଇଁ ପ୍ରଶ୍ନଟିଏ

ତୁମ ପାଇଁ ପ୍ରଶ୍ନଟିଏ

1 min
186


କହି କି ପାରିବ ମୋତେ

     ନୁହେଁ ମୁଁ ତୁମର ବୋଲି

ଭୁଲି କି ପାରିବ ମୋତେ

      ନିଜ ଠାରୁ ପର କରି


ଏ କି ସମ୍ପର୍କ ଆମର

      ସବୁ ଲାଗୁ ଅଛି ଦୂର

କରିଥିଲ ଏତେ ନିକଟ

     ଆଜି ହେଲି ସାତ ପର


ତୁମେ ଯଦି ମୋ ଭାଗ୍ୟ

     ଅଛ କେଉଁ ଦୁନିଆରେ

ତମେ ଯଦି ମୋର ନୁହଁ

    କୁହ କାଇଁ ମୁଁ ଅଛି ପ୍ରିୟେ


ଆରେ ମୋର ପ୍ରିୟ ସାଥୀ

    ନେବ କେବେ ହାତ ଧରି

ତମେ ମୋର ପ୍ରାଣନାଥ

   ଜାଣେ ନହେବ କେବେ ଦୂର


ହୃଦୟ ସ୍ପନ୍ଦନ ତୁମ ପାଇଁ

     ଜାଣ ନାହିଁ କାହିଁ ପାଇଁ

ଏ ଗୋ ମୋର ଜୀବନସାଥି

   ହେବ କେବେ ମୋ ପ୍ରିୟ ପତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍