Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ତୁମ ପାଇଁ ‐୭

ତୁମ ପାଇଁ ‐୭

1 min
220


ପ୍ରେମର ସୁଗନ୍ଧରେ

ବୋଧେ ହୋଇଥିଲି

ତୁମ ସହ ବାନ୍ଧି..

ନା ପ୍ରେମ ର ଜହର

ମୋତେ କରିଥିଲା

ତୁମ ପାଇଁ ତୁମ କଥା

ଭାଳି ହେବା ପାଇଁ

ସେ ଦିନ ଠାରୁ ହେଲି

ଆଜିଯାଏଁ ତୁମ ପାଇଁ ଅନ୍ଧ ॥


ପ୍ରେମ ମୋ ପାଇଁ ଥିଲା

ଏକ ପତଳା ସୁତୁଲି

ନା ମୋ ଦୁଇ ଆଖି

ପାରୁ ନ ଥିଲା ଦେଖି

ଆଜି ଯାଏଁ ତା ଉତ୍ତର ଖୋଜୁଛି

ମୋ ମନ ମୋ ଆତ୍ମା ।


ତୁମେ ମୋତେ ଛାଡିଦେଲ

ମୋ ସହ ପଦେ କଥା ବି ହେଲନି

ତୁମ ମନରେ କଣ ଚାଲିଛି

ଏ ଯାବତ ମୁଁ ବୁଝି ପାରୁନି

କିନ୍ତୁ ମୋ ପ୍ରେମ ଶାଶ୍ବତ

ଏ କଥା ଚିଠିରେ ଲେଖିଛି

ଥରେ ବି ହେଉ ପଢିବ

ଆଉ ମୋତେ ଜବାବ ଦେବ ।


ତୁମ ଭଲ ପାଈବାରେ

ବିଷ ଭରି ହୋଇଥିଲା

ଏ କଥା ଜାଣି ପାରିନଥିଲି

ତୁମେ ମୋ ଶରୀର ସହ

ଖେଳିବାକୁ ହିଁ ଚାହିଁଥିଲ

ଏ କଥା ମୁଁ ବୁଝି ନଥିଲି

ଏଇଟା ହିଁ ମୋ ଭୂଲ ଥିଲା

ଆଜି ବି କାହାକୁ କହିପାରୁନି

ନିଜେ ସହିପାରୁନି ବି

ନା ମୁଁ ଜିଇଁପାରୁଛି

ନା ମୁଁ ମରିପାରୁଛି

କେବଳ ଛଟପଟ ହୋଇ

ଜଳୁଛି ପ୍ରେମ ଜୁଇରେ ।


Rate this content
Log in