ତୁମ ପାଇଁ -୬
ତୁମ ପାଇଁ -୬
ତୁମେ ମୋତେ ଠକି ଦେଲ
ଅଧା ରାସ୍ତାରେ ଛାଡିଦେଲ
ମୋ ହାତ ଧରିଲନିକ
ମୋ ଆଡେ ବି ଟିକେ ଚାହିଁଲନି
କାହିଁକି ଏମିତି କଲ
ଥରୁଟିଏ କହିଦେବ କି ?
ତୁମ ଠାରୁ ବିରହ ବେଦନା
ଅନେକ ମୁଁ ପାଇ ଗଲିଣି
ତୁମ ଅନ୍ତର କଥା ମୁଁ ଜାଣିଲିଣି
ତଥାପି ତୁମ କଥା ଭୂଲି ହୂଏନି
ଏ କଥା ତମେ ବି ଜାଣ
ତଥାପି ମୋ ଠାରୁ ଦୂରେଇ ରୁହ
କାରଣ ଥରୁଟିଏ କହିବ କି ?
ଆଜି ବି ଯଦି ବଂଚିଛି ମୁଁ
କେବଳ ତୁମ ପାଇଁ
ତୁମ ଭଲ ପାଇବା ସଂପତ୍ତି ସାଇତି
ରଖିବା ପାଈଁ ଆଉ ହୁଏ ତ
ତୁମେ ମୋତେ ବୁଝିପାରିବ ବୋଲି
କିନ୍ତୁ ତୁମେ ମୋ ସହ ଦେଖା କରନି
କାରଣ ଥରୁଟିଏ କହିବ କି ?
ଏତେ ଯନ୍ତ୍ରଣା ପାଇଲିଣି
ତଥାପି ମୂଁ କହି ପାରୁନି
କି ପଥର ଭଳି ହୋଇ ପାରୁନି
ମୁଁ ସହ୍ୟ କରିପାରୁନି
କେବେ ଏ କଥା ବୁଝିନାହଁ
କାରଣ ଥରୁଟିଏ କହିବ କି?
