STORYMIRROR

Dipti lekha Mishra

Others

3  

Dipti lekha Mishra

Others

ତୁମ ପାଇଁ -୩

ତୁମ ପାଇଁ -୩

1 min
146

ତୁମର ପ୍ରଥମ ସାକ୍ଷାତରେ

ଫୋନ କଲରେ

ମୋତେ କି ମାୟା କଲ କେଜାଣି

କେବଳ ତମ କଥା ଭାବି ଭାବି

ଦିବା ସପନରେ ଜହ୍ନ ତାରା ଦେଖିଲିଣି ।


ତୁମ କୋକିଳ ସ୍ବରରେ

ଫୋନ କଲରେ

ମୋତେ କି ମାୟା କଲ କେଜାଣି

କେବଳ ତୁମ କଥା ଭଲ ଲାଗିଲାଣି

ଆପଣା କଥା ତ ତୁଛ୍ଥ ଭାବିଲିଣି ॥


ତୁମ ସହ ମୋ ସଂପର୍କ

କେତେ ଦିନ ମୁଁ ଜାଣିନି

ତଥାପି ତୁମକୁ ଭୂଲିପାରୁନି

ମୋ କଥା ତୁମକୁ କି ମନେ ପଡେନି ??


ତୁମେ ମୋତେ କେତେ ଝୁର

ସେ କଥା ମୁଁ ଜାଣିନାହିଁ

ତୁମେ କେବଳ ମୋର ବୋଲି

କହି କହି ସାରା ଜଗତକୁ

କେବେ ଥକି ପଡିବିନି ।


ମୋ ହାତ ଧରି ତୁମ ଘର ଦୁଆର

ନେବ କି ନାହିଁ ଜାଣେନି

ତଥାପି ତୁମ ପାଇଁ ମୁଁ ବ୍ରତ ରଖିବି

ପାଇବା ଋଶା କେବେ ଛାଡିବିନି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍