Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

ତୁମ ଓଠର ଏ ଧାରେ ହସ

ତୁମ ଓଠର ଏ ଧାରେ ହସ

1 min
11.8K


ତୁମ ଓଠର ଏ ଧାରେ ହସ

ମୋ'ପାଇଁ ଗଭୀର ବିଶ୍ୱାସ ଓ ଭରସାର

ଶକ୍ତ ଖିଅଟିଏ,

ସଂକଳ୍ପର ପରିପୂର୍ଣ୍ଣତାରେ ଆତ୍ମତୃପ୍ତିର

ପରିଭାଷାଟିଏ ।


ତୁମ ଓଠର ଏ ଧାରେ ହସ

ଜୀବନଯାତ୍ରାରେ ଦୁଃଖସହିତ ଲଢ଼ିବାର

ଅଦମ୍ୟ ସାହାସର ଆହ୍ୱାନଟିଏ,

ମନରେ ବସାବାନ୍ଧିଥିବା ସ୍ୱପ୍ନକୁ

ସାକାର କରିବାର 

ଆଶାର ଆଲୋକଟିଏ ।


ତୁମ ଓଠର ଏ ଧାରେ ହସ

ପ୍ରୀତି ବାରିଧିର ମନ୍ଥନରୁ ନିର୍ଗତ 

ଅମୃତ କଣିକାଟିଏ,

ମନରେ ଛାପ ପକାଉଥିବା

ଦିଗନ୍ତ ବିସ୍ତାରି ଆକାଶ ବୁକୁରେ

ଉଭା ସପ୍ତରଙ୍ଗରେ ସଜ୍ଜିତ ଇନ୍ଦ୍ରଧନୁଟିଏ ।


ତୁମ ଓଠର ଧାରେ ହସ

ଉତ୍ତମ ବିଚାର ଓ ବୁଝାମଣାର

ଅଦୃଶ୍ୟ ପ୍ରମାଣପତ୍ରଟିଏ,

ନିଜ ହୃଦୟରେ ଅନୁଭବ କରିଥିବା 

ଶାନ୍ତି ଓ ପ୍ରଂଶସାର 

ନିରବ ସମର୍ଥନଟିଏ ।


ତୁମ ଓଠର ଏ ଧାରେ ହସ

ସାତଜନ୍ମପାଇଁ ସାଥି ହୋଇ ରହିବାର

ଆଶ୍ୱାସନାଟିଏ,

ଦଗ୍ଧ ହୃଦୟର ଜ୍ୱାଳାକୁ ପ୍ରଶମିତ କରିପାରୁଥିବା

ଦଲକାଏ ସ୍ନିଗ୍ଧ ସମୀରର

ନିରପେକ୍ଷ ସ୍ପର୍ଶ ଟିଏ ।


ସତରେ ତୁମ ଓଠର ଏ ଧାରେ ହସ

ଜୀବନକୁ ଜୀଇଁବା ପାଇଁ

ପ୍ରେରଣାର ସ୍ରୋତଟିଏ ,

ବିଶାଳ ସଂସାରରେ 

ଆପଣା ପଣର ଆବେଗରେ

ଆଗେଇଯିବା ପାଇଁ ସମ୍ପର୍କର ରାହାଟିଏ ।


Rate this content
Log in