ତୁମ ନିରବତା
ତୁମ ନିରବତା
ମୋତେ ଭଲ ଲାଗେ ତୁମ ନୀରବତା
ହେଲେ ତୁମେ କାହିଁକି ନିରବ ରୁହ
ବୁଝି ପାରେ ନାହିଁ
ଯେବେ ତୁମେ ଦେଖା ହୁଅ କିଛି କୁହ ନାହିଁ ମୋତେ
ରହିଥାଏ ମୁହଁରେ ତୁମ ନୀରବତା
ତଥାପି ଆଖି ଓ ଓଠ କହି ଯାଏ ତୁମ କଥା
ତୁମେ ନିର୍ଜନତାକୁ ଭଲ ପାଅ ଏତେ
ଶବ୍ଦରେ ଶବ୍ଦରେ ଲେଖି ଯାଅ କବିତା
ତୁମ କବିତାରେ ଲେଖି ଯାଅ ତୁମ ନିରବତା
କେହି କିଛି କହିଲେ ତୁମକୁ ତୁମ ଆଖିରେ ଝରି ଆସେ ଧାର ଧାର ଲୁହ
ତୁମ ଆଖିର ଲୁହ କହି ଯାଏ ତୁମ ମନର ନିରବତା
ତୁମେ ଭାରି ଅଭିମାନୀ ଟିକେ ଟିକେ
କଥାରେ ଅଭିମାନ କର
ତୁମ ଅଭିମାନରେ ଲୁଚି ରହିଥାଏ
ତୁମ ନୀରବତା
ତୁମେ ବେଳେ ବେଳେ ବିଜୟିନୀ ହଉ ହଉ ହାରିଯାଉଛ ତୁମ ଜୀବନ ପଥରେ
ତୁମ ହାରିବା ପଛରେ ରହିଥାଏ ତୁମ ନିରବତା
ତୁମେ ଏତେ ସରଳ ତୁମକୁ ନିର୍ଯ୍ୟାତନା ସହିବାକୁ ପଡେ
ଅନେକ ଲୋକ ଦାଉ ସାଧନ୍ତି ତୁମ ଉପରେ
ତୁମ ଦୁଃଖ ସହ ଯୋଡି ହୋଇ ଥାଏ ତୁମ ନିରବତା
ଦୁନିଆ ହସୁଥାଏ ତୁମେ ସବୁ ଦେଖୁଥାଅ
ତୁମକୁ ନେଇ କେତେ ଲୋକ ଥଟ୍ଟା ପରିହାସ କରନ୍ତି
ତୁମେ ସବୁ ସହିଯାଅ ତୁମ ସହନଶୀଳତାରେ ଭାରି ରହିଛି
ତୁମ ନିରବତା
