ତୁମ ନିରବତା
ତୁମ ନିରବତା
1 min
287
ସେପଟରେ ତୁମେ ଏ ପଟରେ ମୁଁ
ତୁମକୁ ପାରେନା ଛୁଇଁ
ତୁମ ବିନା ସାଥି ଉଦାସ ମନଟା
ଜମ୍ମା ଭଲ ଲାଗୁ ନାହିଁ ।
ଅନ୍ତର ତଳର ଅକୁହା ଭାଷାକୁ
କାହାକୁ ପାରେନା କହି
ହୃଦୟ ମନ୍ଦିରେ ତୁମେ ମୋ ଦେବତା
ବସିଅଛି ପଥ ଛାହିଁ ।
ଧରା ଦିଅ ମୋର ପ୍ରୀତିପଲ୍ଲବର
ଝରା ଶେଫାଳିର କୂଳେ
ତୁମର ଛବି ମାଆ ଶୟନେ ସ୍ୱପନେ
ଆଙ୍କେ ମୁଁ ସକାଳ ସଂଜେ।
ବୁଝି ପରେ ନାହିଁ ତୁମ ନୀରବତା
ସେନେହ ମମତା ପ୍ରୀତି
ଝରା ଫୁଲ ଟିଏ ଝରେ ପାଦତଳେ
ମୁଁ ତୁମ ଜୀବନସାଥି।
