STORYMIRROR

Sudeshna Pradhan

Others

4  

Sudeshna Pradhan

Others

ତୁମ ନୀରବତା

ତୁମ ନୀରବତା

1 min
503

ତୁମ ନୀରବତା, ବେଳେ ବେଳେ ମୋର,               

ହୃଦୟରେ ଭରେ ସ୍ପନ୍ଦନ,       

ତୁମ ନୀରବତା, କେତେବେଳେ ପୁଣି,                 

ସୃଷ୍ଟି କରେ ହୃଦ କମ୍ପନ  |   

    

ତୁମ ନୀରବତା, କେବେ ଆଣିଥାଏ,                  

ମନରେ ଶାନ୍ତିର ବାରତା,          

ତୁମ ନୀରବତା, ସାଜେ ପୁଣି କେବେ,                

କାହାରି ମନର ତ୍ୟକ୍ତ ବ୍ୟଥା  |   

   

ତୁମ ନୀରବତା, କେବେ ପୁଣି ମୁଖର                

ଶୋଭା ବଢ଼ାଇଥାଏ,             

ତୁମ ନୀରବତା, ପୁଣି କେବେ ଭାବନାକୁ,             

ଜଟିଳ କରାଇଥାଏ  |    

       

ତୁମ ନୀରବତା, ସବୁସ୍ଥାନରେ କିନ୍ତୁ                

 ହୋଇ ନ ଥାଏ ସମାନ,            

ତୁମ ନୀରବତା, କେବେ ପୁଣ୍ୟ ତ                  

କେବେ ଅଟେ ବିପଦପୂର୍ଣ୍ଣ |    

    

ତୁମ ନୀରବତା, ସାଜେ କଳ୍ପନା ଭରି                 

ମନରେ ଅନେକ କଥା,            

ତୁମ ନୀରବତା, ଜଣାଇ ପାରେନି                  

ବିଷୟର ଗୂଢ଼ ସତ୍ୟତା  |      

   

ତୁମ ନୀରବତା, ହୋଇପାରେ ମଧ୍ୟ,                

ହୃଦୟର ଏକ ଛଳନା,             

ତୁମ ନୀରବତା, ଦେଇପାରେ ମଧ୍ୟ,                

ସରଳ ହୃଦୟେ ଲାଂଛନା   |   

    

 ତୁମ ନୀରବତା, କେବେ କେମିତି,                 

ନିର୍ଦୋଷକୁ କରିଦିଏ ଦୋଷୀ,        

 ତୁମ ନୀରବତା, ନିର୍ଦୋଷକୁ ମଧ୍ୟ,                  

ନିର୍ଦ୍ୱନ୍ଦେ ଦେଇଥାଏ ଫାଶୀ  |      


ତୁମ ନୀରବତା, ସଭାରେ ଆଣେ,                

ଅପ୍ରୀତିକର ନ୍ୟାୟ,                

ତୁମ ନୀରବତା, ନ ସାଜୁ କେବେ,              

ରାଷ୍ଟ୍ର ବିଚାରେ ଅନ୍ୟାୟ |  

           

ତୁମ ନୀରବତା, ହୋଇପାରେ କେବେ,          

କାହାର ଜୀବନ ରକ୍ଷକ,              

ତୁମ ନୀରବତା, ସାଜିପାରେ ପୁଣି,               

ଆଉ ଜଣକର ଭକ୍ଷକ  |    

        

ତୁମେ ନୀରବ ରହିଲେ ମଧ୍ୟ, ଦେଖି                

ସମୟ ଆଉ ପରିସ୍ଥିତି,            

ନୀରବତା କେବେ କାହାପାଇଁ ଭଲ,               

ଆଉ କାହାପାଇଁ ସାଜେ ଭୀତି  |   

    

ଯେତେ ଯାହାହେଉ, ଧର୍ମର ଜୟ,                 

ଅଧର୍ମର କ୍ଷୟ ଅଛି ଗାଥା,           

କାହାପାଇଁ କେବେ ବିପଦ ନ ସାଜୁ,              

ତୁମର ଚିର ନୀରବତା   ।


Rate this content
Log in