ତୁମ ଇଚ୍ଛାର ଖେଳଣାଟିଏ ମୁହିଁ
ତୁମ ଇଚ୍ଛାର ଖେଳଣାଟିଏ ମୁହିଁ
ତୁମ ଇଚ୍ଛାର ଖେଳଣାଟିଏ ମୁହିଁ
ତୁମେ ଯେପରି ନଚାଅ ନାଚୁଥାଏ
କନ୍ଦେଇଲେ କାନ୍ଦେ ହସେଇଲେ ହସେ
ତୁମ ଇଙ୍ଗିତକୁ ସଦା ଚାହିଁଥାଏ
ତୁମ ଇଚ୍ଛାର ଖେଳଣାଟିଏ ମୁହିଁ ।
ଘର ପରିବାର ସଖା ସହୋଦର
ଯାହାଙ୍କୁ ମୁଁ ଭାବେ ସବୁ ମୋର
ସବୁ ମିଛମାୟା ଅଢେଇ ଦିନିଆ
ଏହି ଭବ ରଙ୍ଗଭୂମି ଦେଖୁଥାଏ
ତୁମ ଇଚ୍ଛାର ଖେଳଣାଟିଏ ମୁହିଁ ।
ମୁଁ ଛାର ମଣିଷ ତୁମେ ଜଗଦୀଶ
ମୁଁ ଯେ ମୃତ୍ୟୁର୍ମୁଖୀ ତୁମେ ଅବିନାଶ
ତୁମେ ପ୍ରଜ୍ଜ୍ୱଳିତ ହୁତାଶନ ବହ୍ନି
ମୁଁ ଯେ ପ୍ରଲୋଭିତ ପତଙ୍ଗଟିଏ
ତୁମ ଇଚ୍ଛାର ଖେଳଣାଟିଏ ମୁହିଁ ।
ମୁଁ ଯେ ଜୀବନ ଜୀବିକା ମଧ୍ୟେ ପଶି
ପ୍ରତି ମୁହୂର୍ତ୍ତରେ ହେଉଅଛି ପେଷି
ତୁମେ ଇଚ୍ଛାମୟ ଯଦି ଇଚ୍ଛା କର
ଶ୍ରୀଚରଣ ତଳେ ଦିଅ ଆଶ୍ରାଟିଏ
ତୁମ ଇଚ୍ଛାର ଖେଳଣାଟିଏ ମୁହିଁ ।