STORYMIRROR

Jagabandhu Sahu

Others

2  

Jagabandhu Sahu

Others

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
5.2K


ତୁମ ବାଟ ଚାହିଁ ରହି ଅଛି ମୁହିଁ

କେବେ ଗୋ ଆସିବ ଫେରି

ତୁମ ପାଇଁ ପ୍ରିୟା ଅପେକ୍ଷାରେ ଅଛି

ଆଉ କର ନାହିଁ ଡେରି


ତୁମେ ନାହଁ ବୋଲି ସକାଳ ସୁରୁଜ

ମୁହଁ ମୋଡି ଦେଇ ଯାଏ

ସକାଳରୁ ସଞ୍ଜ ନଈ କୂଳେ ବସି

ତୁମ କଥା ଭାବୁଥାଏ


ତୁମ ହାତ ଲେଖା ଯେତେ ସବୁ ଚିଠି

ପଢିଲେ ମୁଁ ଗୋଟି ଗୋଟି

ସପନରେ ଆସି ପାଖେ ବସିଯାଅ

ଆଖି କରି ମିଟି ମିଟି


ଗୋଲାପି ଓଠରେ କହି ଦେଇଯାଅ

ଭଲପାଅ ବୋଲି ମୋତେ

ନିଦ ଭାଙ୍ଗିଗଲେ ଦୂରେ ଯାଅ ଚାଲି

ତୁମକୁ ଖୋଜେ ମୁଁ କେତେ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]


రచనకు రేటింగ్ ఇవ్వండి
లాగిన్