ତୁମ ଅପେକ୍ଷା ର
ତୁମ ଅପେକ୍ଷା ର

1 min

294
ପ୍ରେମ ତୁମ ମୋ ପାଇଁ
କଲ ବାଲି ଘର
ପ୍ରତୀକ୍ଷଣେ ଜଳୁଛି ମୁଁ
ତୁମ ଭାବନା ର !!
ମନେମୋର ତୋଳିଦେଲ
ପ୍ରେମର ସହର
ପାଖକୁ ଯିବାରୁ ମୁହିଁ
କରିଦେଲ ପର !!
ନୁହେଁ ମୁହିଁ ହନୁମାନ
ପ୍ରମାଣ ବକ୍ଷ ର
ଛାତି ଚିରି ଦେଖେଇବି
ରୂପ ବର୍ଣ୍ଣ ତୋର !!
ନୁହେଁ ରାଜା ନୁହେଁ ମନ୍ତ୍ରୀ
ପରିଚୟ ମୋର
ସାଧାରଣ ମଣିଷ ମୁଁ
ଏହି ସଂସାର ର !!
କଥାକୁ ବିଶ୍ୱାସ କରି
ପିଇଲି ଜହର
ପ୍ରତାରଣ କଲ ମୋତେ
ଧରି ଅନ୍ୟ କର !!
ତୁମେକୁହ ଦୋଷ ତ କାହାର
ତୁମର ନାଁ ମୋର
ଏବେବି ରହିଛି ମୁହିଁ
ତୁମ ଅପେକ୍ଷା ର !!