Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ତୁମ ଆସିବାରେ

ତୁମ ଆସିବାରେ

1 min
1.1K


ତୁମ ଆସିବାରେ

ବର୍ଷକେ ଦୁଇଥର ଅବା 

ବେଶିବେଶିରେ ତିନିଥର !

ସାତଦିନିଆଁ ଛୁଟିନେଇ ଆସ ମାତ୍ର !

ମୋତେ ଦେଖିବାକୁ , ବୁଝିବାକୁ

କଣଯେ ଦେଖ ବୁଝ କେଜାଣି ?

ତଥାପି ବି

ମୋ ସେ ଅପୋଛା ଚଟାଣ , 

ଦୁର୍ବଳିଆ ପଢା ଟେବୁଲ୍ ,

ନିଳକମଳ ଚେୟାର୍ , 

ସମ୍ବଲପୁରୀ ସିଂଗଲ୍ ବେଡ୍ସିଟ୍ ,

ଚିକିଟା ଯୋଡା ତକିଆ ,

ଗୁଡ୍ ନାଇଟର ଧୂପଷ୍ଟାଣ୍ଡ ,

ଇତସ୍ତତଃ ସେଭିଂକିଟ୍ ,

ବିରକ୍ତି ହୋଇପଡିଥିବା ଚାରିପାଞ୍ଚ ଠାକୁର ,

କେଉଁଦିନୁ ହ୍ୟାଙ୍ଗ୍ ଡେକ୍ସଟପ୍ ,

ସେ ଯେଉଁ ପଚିଶ୍ ଟଙ୍କିଆ, ସୁଦୁନୂଆ ଫୁଲଝାଡୁ ,

ରଙ୍ଗଛଡ଼ା ପ୍ଲାଷ୍ଟିକ୍ ବାଲ୍ଟି , ଅଧୁଆ ଲୁଗାଗଦା ସବୁ,

ନିହାର୍ ନଡ଼ିଆ ତେଲ ,

ଗୁଣ୍ଡ ହୋଇ ମେଞ୍ଚାଏ ବିସ୍କୁଟ୍ ,

ସଢିଥିବା ଆଚାରର ଡବା ,

ମନୋଜ , ପ୍ରତିଭା , ବିଭୂତି ...ଙ୍କ 

ଧୂଳି ଚଢା ବହିଥାକ

ଶେଷକୁ

ଅସଜଡା ମୁଁ 

ମୋ ଅପାରଗ ଯୋଗ୍ୟତା ,

ମୋ ଅସହାୟପଣ ,

ତୁମପ୍ରତି ଯେଉଁସବୁ ଦାୟିତ୍ଵହୀନତା ଆଦି

ସବୁ ଖୁସିମନାନ୍ତି ମିଶି ,

ଏମିତିକି , ସେ କାଚଗ୍ଲୋବ୍ ଭିତରର 

ସୁନାମାଛ ଦମ୍ପତିଙ୍କ ଫୁସଫାସ୍ କୁହେ

ମା' ଆଇଛନ୍ତି , ମା' ଆଇଛନ୍ତି ।

ଆଉ ମୁଁ ପାଲଟେ ଆଜ୍ଞାଧୀନ ପିଲାଟିଏ ପରି ,

ତୁମ ପରଶରେ

ତୁମ ଆକଟରେ

ସେଇ ସାତଦିନର ଗୋରାପଣ

ଚେଷ୍ଟା ଭିତରେ 

ସ୍ୱାମୀତ୍ୱର ଦାୟରେ ନୁହଁ

ତୁମ ନାରୀତ୍ୱର ମହନୀୟତାରେ 

ନିଃସ୍ୱରୁ ବିଶ୍ୱ ହେବାଯାଏଁ 

ତୁମ ଆସିବାରେ ।।।

ବି ଦ୍ର : କବିତା ନୁହଁ , ମୋଠୁଁ ଦୂରରେ ରହୁଥିବା ପତ୍ନୀଙ୍କ କ୍ରିସମାସ୍ ଛୁଟିରେ ଆସିବା ଖୁସିରେ ❤

@ ଅମିୟ ବେଜ୍


Rate this content
Log in