STORYMIRROR

Kanduri Charan Rout

Others

2  

Kanduri Charan Rout

Others

ତୁମ ଅାଗମନେ

ତୁମ ଅାଗମନେ

1 min
13.8K



କଣ୍ଡୁରି ଚରଣ ରାଉତ

-------------------------------

ମେଲେଇ ପସରା ଅାସିଛି ଦଶରା

ସଜେଇ ହେଇଛି ଧରା

ଧଳା ପାଟବେଶେ କାଶ ତଣ୍ଡି ହସେ

ତୁମ ଅାଗମନେ ପରା ।

ନହବତ ସୁର ପାର୍ବଣ ଅାସର

ଜମି ଅାସେ ଧୀରେଧୀରେ

ବଢ଼େ କୋଳାହଳ ଗହଳଚହଳ

ବିପଣିର ଅରଣ୍ୟରେ ।

କେତେ ସାଜସଜ୍ଜା ପାର୍ବଣର ମଜା

ତୁମଲାଗି ମହାମାୟା

ଦୁଷ୍ଟ ବିନାଶିନୀ ମହିଷାମର୍ଦ୍ଦିନୀ

ବିସ୍ତାର ତୁମର କାୟା ।

ଶାରଦା ବରଦା ମାଗୋ ଶକ୍ତିପ୍ରଦା

ଦୁର୍ଗତିନାଶିନୀ ମାଅା

ତବ ଅାଗମନେ ସବୁରି ଜୀବନେ

ବହୁ ସଂପ୍ରୀତିର ବାଅା ।

ସ୍ନେହ ସଂପ୍ରୀତିରେ ଭାବ ଭକତିରେ

ହସୁ ସବୁ ପରିବାର

ନ ହେଉ ଅଭାବ ଅାଧ୍ୟାତ୍ମିକ ଭାବ

ଯାଉ ବାହ୍ୟ ଅାଡ଼ମ୍ବର ।

କଷଣ ଯାତନା ନାରୀ ନିର୍ଯ୍ୟାତନା

କରିଦିଅ ମାଅା ଦୂର

ରାବଣ ମହିଷା ହ୍ବନ୍ତୁ ଲୋକହସା

ହସିଉଠୁ ତିନି ପୁର ।

***

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍

ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର

ମୋ.୯୯୩୭୯୮୨୮୪୬

ଇମେଲ୍-routkanduricharan69@gmail.com


Rate this content
Log in