STORYMIRROR

PUSPALATA SAHOO

Others

4  

PUSPALATA SAHOO

Others

ତୁଳସୀ

ତୁଳସୀ

1 min
189

କେବେ ତୋ ସ୍ଥାନ ଅବଢ଼ା କୁଡୁଆରେ

କେବେ ଵାଲକୋନିରେ ଥିବା ଫୁଲକୁଣ୍ଡରେ

ଘର ମଝି ଅଗଣାରେ

ଆଉ କେତେବେଳେ ଶୋଭାପାଉ

ପ୍ରଭୁଙ୍କ ଗଳାରେ।।


ଦାଣ୍ଡ ଆଗ ଚଉରାରେ

ତୁ ଥାଉ ପବିତ୍ର ସ୍ଥାନରେ

କେତେବେଳେ କାଳିଆ ମଥାମଣି

ରୂପେ ଲାଗି ହେଉ କେତେ ବେଶରେ।।


ତୋ ପତ୍ର ପାଣିରେ ପବିତ୍ରହୁଏ

ପ୍ରଭୁଙ୍କ ଶ୍ରୀଅଙ୍ଗ

ଭକ୍ତର ଉଦର

ଯେବେ ଥୋକା ଏ କ୍ଷେପି ଥାଏ

ତା ଗର୍ଭଗୃହ କୁ।।


ଦେଵଦାସୀତା ଗଳାରେ ପିନ୍ଧି

ସଜେଇ ହୋଇ ଆସେ

ଜଗା ନାଟ ମଣ୍ଡପକୁ

ନିଜକୁ ଉତ୍ସର୍ଗ କରେ

କେତେ ଭଙ୍ଗୀ ନୃତ୍ୟର ତାଳରେ।।


ତୋରି ସ୍ପର୍ଶରେ ଅନ୍ନ

ମହାପ୍ରସାଦ ଲଭିଥାଏ

ବ୍ରାହ୍ମଣଠାରୁ ଚଣ୍ଡାଳ ଯାଏ

ସମସ୍ତେ ପବିତ୍ର ବୋଲନ୍ତି

ତୋହରି ଛଡା ପାଣି ପାଦୁକରେ।।


ହେ!ତୁଳସୀ

ତୋ ପରି କରିଦେ ମୋତେ ପବିତ୍ର

ଲାଗି ହେବି ପ୍ରଭୁଙ୍କ ଚରଣରେ

ସଦା ଜପି ମହାବାହୁ ନାମ ମୋ ତୁଣ୍ଡରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍