STORYMIRROR

Rabindra kumar Sahoo

Others

3  

Rabindra kumar Sahoo

Others

ତୁହି ଲୋ ତାରିଣୀ ମାଆ

ତୁହି ଲୋ ତାରିଣୀ ମାଆ

1 min
238

  ଆତ୍ମା ରୂପୀ ଘଟେ

  ବିରାଜି ତୁ ସର୍ବ ଘଟେ ଘଟେ

  ଶରୀରକୁ କରି ମୋର ଗାଆଁ

  ବୋଲାଇଛୁ ତୁ ସଂକଟହାରିଣୀ

  ଦୁଃଖ ବିନାଶିନୀ

    ଘଟଗାଆଁ ବାସିନୀ

   ତୁହିଲୋ ତାରିଣୀ ମାଆ ।

  ଏ ଘୋର ସଙ୍କଟେ

    ରୁହ ତୁ ନିକଟେ

   ତୋ ସନ୍ତାନ ଆଜି

     ହୁଏ ଆତଙ୍କିତ

   ଫେଡ ମାଆ ତୁ ଦୁଃଖ ଅପ୍ରମିତ

   ଶୁଣ ବାରେ ମାଆଗୋ

   ଏ ଦୁଃଖୀ ପ୍ରାଣୀଙ୍କ ଆରତ

   ବିପଦଭଞ୍ଜନୀ, ଅଭୟଦାୟିନୀ

   ତୁ ପରା ସର୍ବଜନଙ୍କର

    ସର୍ବ ସଂସାରର

   ରକ୍ଷା କାରିଣୀ ଲୋ ମାଆ

    ହେ ଘଟଗାଆଁ ବାସିନୀ

    ତୁହିଲୋ ତାରିଣୀ ମାଆ ।

   କରୁଣାର ଊଣା କରନି ଲୋ ମାଆ

   କରୋନା ଦାଉରୁ ରକ୍ଷାକର ମାଆ

   ତୋର ସନ୍ତାନ ସନ୍ତତି

     ହେଲେଣି ଅନାଥ

   ଜନନୀ ଜନକ ତୁମେ ସବୁ 

     ଟେକିଦେଲ ହସ୍ତ   

   ନିରବେ ନିଶ୍ଚଳେ ସାଜି ଦାରୁଭୂତ

   କୁଢ କୁଢ ଶବ ସୃଷ୍ଟି କରି କିବା

   ଦେବାଦେବୀ ତୁମେ ସବୁ

      ହୁଅ ଆନନ୍ଦିତ ?

   ତୁ ପରା ଜନନୀ ସୃଷ୍ଟିକାରିଣୀ

   ସନ୍ତାନ ପାଳିନୀ

    ସନ୍ତାନମାନଙ୍କ

    ଦୋଷାଦୋଷ କ୍ଷମା କାରିଣୀ

   ସର୍ବ ଦୋଷ କରି କ୍ଷମା

   ଘଣ୍ଟ ଘୋଡାଇ ମାନବ ଜାତିକୁ

  ଏ ଘୋର ବିପଦୁ କରୋନା ସଙ୍କଟୁ

  ରକ୍ଷାକର ରକ୍ଷାକର ଆଲୋ ତୁହି ମାଆ

   ଘଟଗାଆଁ ବାସିନୀ

    ତୁହି ଲୋ ତାରିଣୀ ମାଆ ।

   ସଂକଟୁ ତାରୁ ବୋଲି

   ନାମଟି ବହିଛୁ ତୁହି

     ତାରିଣୀର ନାଆଁ

   ସର୍ବଜନେ ବିଦିତ

   ସର୍ବଘଟେ ବିରାଜିତ ବୋଲି

   ତୋର ନିବାସ ଅଟେ ଘଟଗାଆଁ

    ତୁ ଘଟଗାଆଁ ବାସିନୀ

   ସଂକଟ ହାରିଣୀ, ଦୁଃଖ ବିନାଶିନୀ

   ଏ ପାପୀ ମାନବ ଜାତିକୁ

   କର କର ତୁ ଲୋ କ୍ଷମା

   ତୁହି ମାଆ ଜଗତ ଜନନୀ,

    ବିପଦ ଭଞ୍ଜନୀ

    ତୁହି ଲୋ ତାରିଣୀ ମାଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍