STORYMIRROR

susmita mohapatra

Others

3  

susmita mohapatra

Others

ତୁଚ୍ଛ ଅହମିକା

ତୁଚ୍ଛ ଅହମିକା

1 min
12.1K

ମଫସଲ ଗାଁ ହେଉ କି

ଆଧୁନିକ ଟାଉନ,

ଯେଉଁଠି ଦେଖ ସେଇଠି

ଏବେ ଲକ ଡାଉନ l


ଚାକିରିଆଙ୍କୁ ଅଫିସ ମନା

ମଜୁରିଆଙ୍କୁ ସାଇଟ ମନା,

ପ୍ରେମିକଙ୍କୁ ପାର୍କ ମନା

ଶ୍ରମିକଙ୍କୁ ୱାର୍କ ମନା l


ଦୋକାନ, ବଜାର, ମାର୍ଟ, ମଲ

ଜିମ, ସ୍ବିମ, ବାର, ଫିଲ୍ମ ହଲ,

ସବୁଠି ଲାଗିଛି ତାଲା,

ହେଲେ,

ଦିନ ନାହିଁ ରାତି ନାହିଁ

ଆମ ଗୃହିଣୀଙ୍କ ପାଇଁ

ରୋଷେଇ ଶାଳ ସତତ ମେଲା l


ହାଣ୍ଡି, ଚୁଲି, ତେଲ, ଲୁଣ

ସତେଅବା ତାଙ୍କ ଆଭୂଷଣ,

ଯାହା ବିନା ସବୁ ଫିକା

ଖୁନ୍ଦl ଯେତେ ଅହମିକା

ଆପଣା ସ୍ୱଜନ ମନେ,

କିନ୍ତୁ,

କିଏ ବୁଝେ ତାଙ୍କ ମନ

ପୁଲିସି ନା ପ୍ରଶାସନ,

କାହିଁ ହୁଏ ନାହିଁ ଜାରି

ତାଙ୍କୁ ସୁମରଣ କରି,

କର୍ଫ୍ୟୁ ଅବା ୱାନ ଫର୍ଟି ଫୋର

ଅକାଳେ ସକାଳେ ଦିନେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍