ତୁ ଉଜୁଡ଼ିବା ପରେ
ତୁ ଉଜୁଡ଼ିବା ପରେ
ମନ ହେଲେ ତୋ ପାଖେ କାନ୍ଦି ପକାଏ
ଇଚ୍ଛା ହେଲେ ତୋ ପାଖେ ବସି ଗୁଣ ଗୁଣାଏ
ତୋର ସେ ସୁନ୍ଦର ଚେହେରା
ଖାଲି ମୋତେ ନୁହଁ ମ, ତୋ ସହ ସହ ପ୍ରେମିକା
ବଗ, କାଉ, ପାରାଙ୍କୁ ବି ପାଗଳ କରେ
ସେଥିପାଇଁ ପାଇଁ ଦିନ ବେଳେ ଯୁଆଡେ ବି ଯାନ୍ତୁ
ରାତି ହେଲେ ଆପେ ଆପେ ଚାଲି ଆସନ୍ତି ତୋ ପାଖକୁ ।
ମୁଁ ତ ତୋ ପାଇଁ ହିଁ ଖାଲି ଚିତ୍ର ଖାତା ଧରେ
ଆଉ ପ୍ରତିଟି ପୃଷ୍ଠାରେ ତୋ ଚିତ୍ର ଆଙ୍କେ
ତତେ ସେ ସବୁଜ ରଙ୍ଗଟା ବହୁତ ମାନେ
ଖାସ ସେଥି ପାଇଁ ତୋ ମୁହଁ ସହ,
ତୋ ଦେହ ରେ ବି ସବୁଜ ରଙ୍ଗ ବୋଳି ଦିଏ ମୁଁ ।
କାଇଁ ମୁଁ ତ କେବେ ତୋ କାନ୍ଦ ଦେଖିନି
ଆଉ ହସ ଦେଖିବାର ତୋର ସୁଯୋଗ ବି ପାଇନି
ଆଉ ତୋ ମନ ରେ ରାଗ, ହିଂସା, କଷ୍ଟ
ସେ ତ ତୋ ସିଲାବସରେ ହିଁ ନାହିଁ ।
ଯେବେ ସେ ଦୁଷ୍ଟ ଫନି ବାତ୍ୟା ଆସିଲା
ମୁଁ ନିଜେ ଦେଖିଚି ତତେ ଦେଇ ଚାଲିଥିଲା ଚାପୁଡ଼ା ପରେ ଚାପୁଡ଼ା
ମୋ ଆଖି ଆଗରେ ସେ ତୋ ହାତ ଗୋଡ ଭାଙ୍ଗି ଦେଲା
ତୋ ଦେହ ରୁ ସବୁଜ ରଙ୍ଗ ତକ ପୋଛି ତତେ ଧଳା ବସ୍ତ୍ର
ପିନ୍ଧଇ ଦେଲା ,ପତ୍ର ନଥିଲା କିଛି
ମୁଁ ଚାହିଁ ହିଁ ରଖି ପାରିଲିନି ତତେ
କାଇଁ ନା ମୋତେ ବି ସେ ରାକ୍ଷସି ଫନିକୁ ଡର ଥିଲା
ଫନି ଗଲା ପରେ ଦେଖିଲି ଆଉ ତିନି ଚାରି ଜଣ ଲୋକ ଆସି,
ତୋ ହାତ ଗୋଡକୁ ଖଣ୍ଡ ଖଣ୍ଡ କରି ଚାଲିଥିଲେ
ଆଉ କହୁଥିଲେ
ଆମେ ମାସେ ଚଳିଯିବ ଏଥିରେ ଜାଳ କରି
ଆଖି ରୁ ଲୁହ ଚାଲୁଥିଲା ଆପେ ଆପେ
ଭାବି ଚାଲିଥିଲି ସ୍ୱାର୍ଥପର ଦୁନିଆ କଥା
କିଏ ଆଉ କାର୍ବୋନ ନେଇ ଅକ୍ସୀଜେନ ଦେବ
କିଏ ଆଉ ଖରା ବର୍ଷା ସହି ସମସ୍ତଙ୍କୁ ,
ସୁରକ୍ଷା ଦେବ ?
କାହା ପାଖେ ଆଉ ମୁଁ ଅଝଟ ହେବି ?
ଆଉ ଶୁଣୁ ଶୁଣୁ
ଆଜି ତୋରି ପାଇଁ ହିଁ କବିତା ଲେଖିଲି
ତୁ କିଏ କହିଲୁ
ତୁ ମୋର ସେଇ ପୁରୁଣା ପ୍ରେମିକ
ଯାହା ସହ ମିଶି ମୁଁ ଆକାଶର ତାରା ଗଣେ
ଜହ୍ନର ଆଲୋକ ମାପେ
ସୂର୍ଯ୍ୟ ର ଅବସ୍ଥିତି ଦେଖେ
ତୁ କିଏ କହିଲୁ
ତୁ ପରା ଆମ ବାଡ଼ିର ସେ ବୁଢା ବରଗଛ
ଯାହା କୁ ଜେଜେ ଦିନ ନିଜ ହାତ ରେ ଖାଇବା ଦେଇ
ବଡ କରିଥିଲେ ।
