STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ତୁ..ମୁଁ

ତୁ..ମୁଁ

1 min
233


ମୁଁ ନୁହେଁ ଦୀପଶିଖାଟିଏ

ତୁ ବି ନୁହେଁ ପାଗଳ ପତଙ୍ଗ,

ହେଲେ ମୁଁ ଯେ ଦିକ୍ ଦିକ୍ ଜଳେ

ଶୁଣିବାକୁ କ୍ଷଣେ ତୋର ସଙ୍ଗ।

ମୁଁ ନୁହେଁ ଅଳି ମତୁଆଲା

ତୁ ବି ନୁହେଁ ମଧୁର ପିଆଲା,

କିନ୍ତୁ ତୋର ପୀରତିଠୁ ମିଠା 

ପାଇ ନାହିଁ ଏ ଜଗତ ସାରା।

ମୁଁ ନୁହେଁ ଆକାଶର ଚାନ୍ଦ

ତୁ ବି ନୁହେଁ ସରସୀ କୁମଦ, 

ମୁଁ ନୁହେଁ କବିଟିଏ ମାତ୍ର 

ତୋ ପାଇଁକି ଲେଖେ ଦୁଇ ପଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍