STORYMIRROR

Niranjan Sahu

Others

3  

Niranjan Sahu

Others

ତୁ ମୋର ଜପାମାଳି

ତୁ ମୋର ଜପାମାଳି

1 min
166

କିଏ କହୁଅଛି ତୋତେ ବନ୍ଧୁ ବୋଲି   

କିଏ କହୁଅଛି ତୋତେ ସଖା ବୋଲି

କିଏ କହୁଅଛି ତୋତେ ପ୍ରଭୁ ବୋଲି

    ତୁ ସମସ୍ତଙ୍କ ସବୁ ହେଲୁ

କଣ ଯେ ଆଉ ଅଛି ତୋର ପାଖେ

    ମାଗିବି ତୋତେ କହିଲୁ ?


ଲୋଡ଼ା ନାହିଁ ମୋର ବନ୍ଧୁ ହେବା ପାଇଁ

ଲୋଡ଼ା ନାହିଁ ମୋର ସଖା ହେବା ପାଇଁ

ଲୋଡ଼ା ନାହିଁ ମୋର ପ୍ରଭୁ ହେବା ପାଇଁ

     ହେବି ତୋର ଭକ୍ତଟିଏ

ଜେଣିକି ଯିବି ମୁଁ ସାଥିରେ ମୋ ଥିବୁ

     ଏତିକି ମାଗୁଣି କହେ 


  ମନରେ ମୋ ଥିବୁ 

    ତନରେ ମୋ ଥିବୁ

    ସାଥିରେ ମୋ ଥବୁ

     ଜୀବନେ ମୋ ଥିବୁ

      ମରଣରେ ଥିବୁ

       ଏତିକି ମୋହର ଅଳି

   ତୁ ପାଶେ ଥିଲେ ଡର ନାହିଁ ମୋର

        ତୁ ମୋର ଜପାମାଳି  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍