STORYMIRROR

jagabandhu sahu

Others

3  

jagabandhu sahu

Others

ତୁ ମୋ ଗୋଲାପି ରାଣୀ

ତୁ ମୋ ଗୋଲାପି ରାଣୀ

1 min
1.2K

ଗୋଲାପ ବନରେ ଗୋଲାପ ରାଣୀ ତୁ

    ମୁଁ ତୋ କୁଆଁରା ରାଜା

ଭଲପାଏ ତୋତେ ଜୀବନଠୁ ବେଶୀ

   ଦେଇ ଯା ତୋ ପ୍ରେମ ମଜା ।


ଗୋଲାପି ଗୋଲାପି ଲଗୁଛି ଦୁନିଆଁ

   ଯେବେଠୁ ପାଇଛି ଭଲ

କହିବୁ ଯଦି ତୁ ଜୀବନକୁ ମୋର

   ଦେବି ତୋ ପ୍ରେମର ମୂଲ ।


ଯେବେଠୁ ଦେଖିଛି ତୋତେଲୋ ସୁନ୍ଦରୀ

   ସବୁ ଋତୁ ହେଲା ଫଗୁଣ

ହସ ଖୁସିର ମୋ ପ୍ରେମ ଦରିଆରେ

    ଖୁସି ହେଲା ମୋର ଛଗୁଣ ।


Rate this content
Log in