STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

4  

ପ୍ରିୟଦର୍ଶିନୀ ମହାନ୍ତି

Others

ଟୁପୁରୁ ଟୁପୁରୁ ବରଷା ହେଲା

ଟୁପୁରୁ ଟୁପୁରୁ ବରଷା ହେଲା

1 min
149

ଟୁପୁର ଟୁପୁରୁ ବରଷା ହେଲା

ଓଳିରୁ ପଡିଲା ପାଣି,

କୁନା କୁନି ମନେ ହସର ଢେଉ

ବରଷା ଦେଲାରେ ଆଣି।


ରଙ୍ଗବେରଙ୍ଗିଆ ଡଙ୍ଗା କରନ୍ତି

ଖାତାରୁ ଚିରି କାଗଜ,

ଭସାଇ ଦିଅନ୍ତି ଗାଁ ଦାଣ୍ଡରେ

କରନ୍ତି କେତେ ମଉଜ।


ଆଇ କୁହନ୍ତି ଅନେକ ଗପ

ଦାଣ୍ଡ ପିଣ୍ଢାରେ ବସି,

ଆଇର ଗପ ଶୁଣିକି ମନେ

ଅଜା ଦିଅନ୍ତି ହସି।


ତାଳ ଗଛର ବସା ଭିତରେ

ବାଇଚଢେଇ ଦୁଇ,

ଝଡି ବରଷା ଦେଖିବା ପାଇଁ

ବାହାରକୁ ଥାଏ ଚାହିଁ।


ସାରୁ ଗଛର ତଳେ ବେଙ୍ଗୁଲି

କରଇ କେଁ କଟର,

ତା'ରଡି ଶୁଣି କିଆ ବୁଦାରୁ

ବେଙ୍ଗ ଆସଇ ସତ୍ୱର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍